www.samajalive.in
Saturday, December 13, 2025
26.1 C
Bhubaneswar

ନର୍ଲା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟରେ ଏପିପି ଭାବେ ସଂଜୟ ଧଙ୍ଗଡ଼ାମାଝୀଙ୍କ ଯୋଗଦାନ

ନର୍ଲା: ରାଜ୍ୟ ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି ନଂ. ୧-ଏଲ୍ଆର-୧୪/୨୦୨୦, ପତ୍ର ସଂଖ୍ୟା ୯୩୮୯/ ତା.୨୩.୮.୨୦୨୨ ଅନୁସାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କୋର୍ଟରେ ସରକାରୀ ଓକିଲ(ଏପିପି) ଭାବେ କାର୍ଯ୍ୟ ତୁଲାଇବା ପାଇଁ ୨୭ ଜଣ ଆଇନଜୀବୀଙ୍କୁ ନିଯୁକ୍ତି ମିଳିଛି। ଏହି କ୍ରମରେ ନର୍ଲା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟରେ ସରକାରୀ ଓକିଲ ଭାବେ ସଂଜୟ ଧଙ୍ଗଡ଼ାମାଝୀ ଯୋଗଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଗ୍ରାମର ଜଗନ୍ନାଥ ଧଙ୍ଗଡ଼ାମାଝୀ ଓ ସଂଯୁକ୍ତା ଧଙ୍ଗଡାମାଝୀଙ୍କ ପୁତ୍ର ସଂଜୟ ଧଙ୍ଗଡାମାଝୀ ଜଣେ ଯୁବ ଆଇନଜୀବୀ ଭାବେ ଅଂଚଳର ଲୋକପ୍ରିୟ ବ୍ୟକ୍ତିତ୍ବ। ତାଙ୍କ ଯୋଗଦାନ ଖବର ଜଣାପଡିବା ପରେ ଅଂଚଳର ଜନସାଧାରଣଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି। ଏହି ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନର୍ଲା ବିଧାୟକ ଭୁପିନ୍ଦର ସିଂହଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ଧଙ୍ଗଡାମାଝୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories