www.samajalive.in
Thursday, December 11, 2025
16.1 C
Bhubaneswar

କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ର ମନ୍ତ୍ରୀଙ୍କ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ

ଭୁବନେଶ୍ବର : କେନ୍ଦ୍ର ସାର ଓ ରସାୟନ, ନୂତନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ।

ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କେନ୍ଦ୍ର ମନ୍ତ୍ରୀ ତାଳଚେର ଠାରେ ସାର କାରଖାନା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିବା ସହ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସେ ପ୍ରକଳ୍ପ ପରିଚାଳନା ସମୀକ୍ଷା କରିବା ସହିତ ତାଳଚେର ସାର କାରଖାନା ଏବଂ ପିଡିଆଇଏଲର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ଜରୁରୀ ସମୀକ୍ଷା ବୈଠକ କରିଥିଲେ। କେନ୍ଦ୍ର ମନ୍ତ୍ରୀ ସେମାନଙ୍କ ଠାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ସେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟର ଓ ସହାୟକମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କର କାର୍ଯ୍ୟ ଏବଂ ପ୍ରକଳ୍ପର ପ୍ରଗତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ପଚାରି ବୁଝିଥିଲେ ।

- Advertisement -

କେନ୍ଦ୍ର ମନ୍ତ୍ରୀ କାରଖାନା ପ୍ରକଳ୍ପ କ୍ଷେତ୍ର ବୁଲିବା ସହିତ ସବୁ ୟୁନିଟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହାପରେ ସେ ରେଳ କରିଡର, ପାଣି ପାଇପଲାଇନ କରିଡର ଏବଂ ବ୍ରାହ୍ମଣୀ ନଦୀ ଠାରେ ଇନଟେକ ୱେଲ୍‌ ପମ୍ପହାଉସ ସୁବିଧା ପରିଦର୍ଶନ କରିଥିଲେ।

ନିର୍ଦ୍ଧାରିତ ସମୟରେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ କରିବା ଏବଂ ଏଠାରୁ ଯଥାଶୀଘ୍ର ୟୁରିଆ ଉତ୍ପାଦନ ଆରମ୍ଭ କରିବା ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଖୁବା ଗୁରୁତ୍ବାରୋପ କରିଥିଲେ । ଏଥିପାଇଁ ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଟିଏଫଏଲ ଏବଂ ପିଡିଆଇଏଲର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଆରସିଏଫର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସ ସି. ମୁଦଗେରିକର, ଟିଏଫଏଲର ଅଧ୍ୟକ୍ଷ ଦେବାଶିଷ ନନ୍ଦ, ଆରସିଏଫଏଲର ବୈଷୟିକ ନିର୍ଦ୍ଦେଶକ  ମିଲିନ୍ଦ ଏମ ଦେଓ, ଟିଏଫଏଲର ପରିଚାଳନା ନିର୍ଦ୍ଦେଶକ ଏସ ଏନ ଯାଦବ, ସିଆଇଏଲର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଏ କେ ସାମନ୍ତରାୟଙ୍କ ସମେତ ତାଳଚେର ସାର କାରଖାନା ପ୍ରକଳ୍ପ, ଜିଲ୍ଲା ପ୍ରଶାସନ, କୋଲ ଇଣ୍ଡିଆର ବରିଷ୍ଠ ଅଧିକାରୀମାନଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ବୈଠକରେ ଆଲୋଚନା କରିଥିଲେ ।

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories