www.samajalive.in
Sunday, December 14, 2025
14.1 C
Bhubaneswar

ସତ୍ୟବାଦୀ ଓ ଗୋପ ବ୍ଲକ ଅଞ୍ଚଳର ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ କଲା ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପ୍ରପୀଡ଼ିତମାନଙ୍କୁ ସହଯୋଗ ଓ ସହାୟତାର ହାତ ବଢ଼ାଇଛି ଉତ୍କଳ ବିଶ୍ବବିଦ୍ୟାଳୟ। ବନ୍ୟା ପ୍ରପୀଡ଼ିତଙ୍କର କ୍ଷୟକ୍ଷତି ଓ ଦୁଃଖ ଦୁର୍ଦ୍ଦଶା ଦେଖି ଆଗାମୀ ଦିନରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜନହିତକ ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ଯୋଜନାରେ ପୁରୀ ଜିଲାର ସତ୍ୟବାଦୀ ଓ ଗୋପ ବ୍ଲକର ବିଭିନ୍ନ ଗ୍ରାମରେ ରିଲିଫ ପ୍ରଦାନ କରାଯାଇଥିଲା। ରୁସାର କର୍ମକର୍ତ୍ତାମାନେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କେତକିପାଟଣା ଗ୍ରାମ ପଞ୍ଚାୟତାର ବିଶ୍ବନାଥ ଦେଉଳି, ବାଲଉପୁରା, ନନ୍ଦିଗରାଡ଼, ଦୁବପାଟନା ଗ୍ରାମର ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ପ୍ରଦାନ କରାଯାଇଥିଲା। ସେହିପରି ଗୋପ ବ୍ଲକ ଅନ୍ତର୍ଗତ ନୂଆଖୋଲମରା ଗ୍ରାମ ପଞ୍ଚାୟତର ନନ୍ଦିଗରାଡ଼, ନହିରଶାସନ, ଭିତରଦରିଙ୍ଗା ଓ ଲଳିତପହଣ୍ଡି ଗ୍ରାମରେ ରୁସାର କର୍ମକର୍ତ୍ତା ପହଞ୍ଚି ରିଲିଫ ବଣ୍ଟ କରିଥିଲେ। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟର ରୁସା କର୍ମକର୍ତ୍ତାମାନେ ସତ୍ୟବାଦୀ ଓ ଗୋପ ବ୍ଲକର ୫୦୦ ପରିବାରଙ୍କୁ ରିଲିଫ ସହାୟତା ପ୍ରଦାନ କରିଥିଲେ।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ଓ କୁଳସଚିବ ଡ.ଅଭୟ କୁମାର ନାୟକଙ୍କ ମାର୍ଗଦର୍ଶନରେ ଏହି ରିଲିଫ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରୋଗ୍ରାମ ମ୍ୟାନେଜର ଲିଜା ସ୍ବାଇଁ, ଅନନ୍ୟା ପଟ୍ଟନାୟକ, ଗୁଲସନ ଖାତୁନ, ସ୍ବାତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟଙ୍କ ସମେତ ଜନସଂଖ୍ୟା ଗବେଷଣା କେନ୍ଦ୍ରର ଗବେଷକ ରାଜୀବ ସାହୁ ଯୋଗଦେଇଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories