www.samajalive.in
Sunday, December 14, 2025
17.1 C
Bhubaneswar

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀଙ୍କ ଅଚାନକ ବାଙ୍କୀ ଗସ୍ତ

ବାଙ୍କୀ: ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଶୁକ୍ରବାର ଅଚାନକ ବାଙ୍କୀ ଗସ୍ତରେ ଆସି ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତର କଇଁମୁଣ୍ଡି, ତଳପାଥପୁର, ଚକୂଳେଶ୍ୱର ଏବଂ କୁଶପଙ୍ଗି ପଞ୍ଚାୟତର କୁଶପଙ୍ଗି ଗ୍ରାମ ପରିଦର୍ଶନ କରିଛନ୍ତି। ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପାନୀୟଜଳ ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରିବା ସହିତ ବନ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କୁ କିଭଳି ଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା ଏବଂ ବନ୍ୟା ପରବର୍ତ୍ତୀ ଅବସ୍ଥାରେ ସମସ୍ତ ପାନୀୟଜଳ ଉତ୍ସକୁ କିଭଳି ଭାବରେ ବିଭାଗ ପକ୍ଷରୁ ବିଶୋଧିକରଣ କରାଯାଇଛି ସେ ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। ମନ୍ତ୍ରୀ ଶ୍ରୀ ଅମାତ୍‍ କଇଁମୁଣ୍ଡିଠାରେ ପହଞ୍ଚିବା ପରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣ କିଶୋର ପଟ୍ଟେଲ, ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ପରିଡ଼ା, ସମିତିସଭ୍ୟ ନରେନ୍ଦ୍ର ସାହୁ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। କଇଁମୁଣ୍ଡି ଗ୍ରାମର ୨୦୦ରୁ ଊର୍ଦ୍ଧ୍ବ ପରିବାର ବନ୍ୟା ପ୍ରଭାବରେ କିଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ, ଗାଁଠାରୁ ମୁଖ୍ୟ ରାସ୍ତା ବନ୍ୟା ପ୍ରଭାବରେ ବିଚ୍ଛିନ୍ନ ହୋଇଥିଲା, ଗ୍ରାମ ସଂଯୋଗୀ ରାସ୍ତାରେ ୧୦ଫୁଟର ବନ୍ୟାଜଳ ଚାଲିଥିଲା, ଦୀର୍ଘଦିନର ଦାବୀ ପଥରବାରୀଠାରେ ବାଙ୍କୀ-କଟକ ମୁଖ୍ୟ ରାସ୍ତାରୁ ଗ୍ରାମକୁ ସ୍ଥାୟୀ ଉଚ୍ଚ ସେତୁଟିଏ ନିର୍ମାଣ ହୋଇପାରିଲେ କଇଁମୁଣ୍ଡି ଗ୍ରାମର ବନ୍ୟା ପ୍ରଭାବିତ ସମ୍ପର୍କିତ ସମସ୍ୟା ଦୂର ହେବ ବୋଲି ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେହିପରି ଜଳ ସମ୍ପଦ ବିଭାଗ ପକ୍ଷରୁ ମହାନଦୀ ଆଡିବନ୍ଧ ପାଥପୁର ଖଣ୍ଡିଆବନ୍ଧକୁ କଇଁମୁଣ୍ଡି ଗ୍ରାମ ପର୍ଯ୍ୟନ୍ତ ସଞ୍ଜୋଗ ସମ୍ପୂର୍ଣ୍ଣ କରାଗଲେ ଗ୍ରାମବାସୀ ଜଳବନ୍ଦୀରୁ ମୁକ୍ତି ପାଇବେ ବୋଲି କହିଛନ୍ତି। ଏଠାରେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ନିର୍ଦ୍ଦେଶକ ବି. ପରମେଶ୍ୱରନ, ସହକାରୀ ମୁଖ୍ୟ ଯନ୍ତ୍ରୀ ବଶନ୍ତ କୁମାର ରାଉତ, ଅଧିକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତ, ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ବିଡିଓ ଶ୍ୟାମଳ କୁମାର ରାୟ, ବିଭାଗୀୟ ଏସଡିଓ ବିକାସ କୁମାର ସାମଲ, କନିଷ୍ଠଯନ୍ତ୍ରୀ ବୈଷ୍ଣବ ମଲ୍ଲିକ ଓ ସତ୍ୟନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ। ପରେ ପରେ ଘାସିପୁଟ ପଞ୍ଚାୟତ ଭବନ ପରିସରରେ ମନ୍ତ୍ରୀ ବନ୍ୟା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ବିଧାୟକ ଓ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରି ବାଙ୍କୀ-ଡମପଡ଼ା ବ୍ଲକର ସମସ୍ତ ଗ୍ରାମକୁ ଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ମେଗା ପାନୀୟଜଳ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories