www.samajalive.in
Sunday, December 7, 2025
23.1 C
Bhubaneswar

ଆମେରିକା ଗଠନ କରୁଛି ଷ୍ଟ୍ରାଇକ ଫୋର୍ସ

ୱାଶିଂଟନ: ଆମେରିକା ପ୍ରଶାସନ ଏକ ଷ୍ଟ୍ରାଇକ ଫୋର୍ସ ଗଠନ କରୁଛନ୍ତି। ଏହା ଚୀନ ଭଳି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରଗୁଡିକର ଅସାଧୁ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରତିହତ କରିବ। ଚୀନ ପକ୍ଷରୁ କଂପ୍ୟୁଟର ଚିପ୍‍ ଭଳି ସାମଗ୍ରୀ ଯୋଗାଣ ସମ୍ପର୍କରେ ୧୦୦ ଦିନର ସମୀକ୍ଷା ପରେ ରାଷ୍ଟ୍ରପତି ଜୋ ବାଇଡେନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ କୋଭିଡ-୧୯ ମହାମାରୀ ଏବଂ ତଦଜନିତ ଅର୍ଥନୈତିକ ସଙ୍କଟ ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳ କିଭଳି ଆମେରିକାର ଅର୍ଥନୈତିକ ଏବଂ ଜାତୀୟ ନିରାପତ୍ତା ପ୍ରତି ବିପଦର କାରଣ ହେଉଛି, ତାହା ଦେଖାଇ ଦେଇଛି।
ବାଇଡେନ ପ୍ରଶାସନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଏହା ନିୟମ ଉଲ୍ଲଂଘନ ଘଟଣାଗୁଡିକ ଉପରେ ନଜର ରଖିବ ଯାହା ବିଶ୍ୱସ୍ତରୀୟ ଯୋଗାଣ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଛି ଏବଂ ଏହା ସେମିକଣ୍ଡକ୍ଟର, ନିର୍ମାଣ, ପରିବହନ ଏବଂ କୃଷି କ୍ଷେତ୍ର ଆଦି କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡିକ ଦୃଷ୍ଟିଦେଇ ବର୍ଷକ ମଧ୍ୟରେ ସଂଶୋଧନକାରୀ ନୀତି ପ୍ରଣୟନ କରିବ। ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସ ଦେଶର ବାଣିଜ୍ୟ, କୃଷି ଓ ପରିବହନ ମନ୍ତ୍ରୀମାନଙ୍କ ନେତୃତ୍ୱରେ ପରିଚାଳିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଆମେରିକା ବାହାରୁ ସାମଗ୍ରୀଗୁଡିକର ଆମଦାନୀ ଉପରେ ଆମେରିକାର ନିର୍ଭରଶୀଳତାକୁ ହ୍ରାସ କରିବା। ଏ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବାକୁ ଏହା ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବ। ସୂଚନାଯୋଗ୍ୟ ଯେ ଟେଲିଭିଜନ, ଫୋନ ଏବଂ ଗେମିଂ କନସୋଲ ଆଦିର ଚାହିଦା ମାତ୍ରାଧିକ ବୃଦ୍ଧିପାଇବା ଏବଂ ଏହି ସମସ୍ତ ଉପକରଣରେ ସେମିକଣ୍ଡକ୍ଟର ଚିପ୍‍ ବ୍ୟବହାର କରାଯାଉଥିବାବେଳେ କଂପ୍ୟୁଟର ଚିପ୍‍ ଅଭାବରୁ ଏଗୁଡିକର ଉତ୍ପାଦନ ବିଳମ୍ବିତ ହୋଇଥିଲା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟାର ପରିଲକ୍ଷିତ ହୋଇଥିଲା। ଏହାକୁ ଲକ୍ଷ୍ୟ କରିବା ପରେ ଆମେରିକା ପ୍ରଶାସନ ଆଗକୁ ଏହିସବୁ ସାମଗ୍ରୀ ପାଇଁ ବିଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ଏହାର ମୂଳ ଉତ୍ସ ସନ୍ଧାନ କରିବାକୁ ଦେଶର ବିଭିନ୍ନ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories