ଆମେରିକୀୟଙ୍କୁ ଜମ୍ମୁ କାଶ୍ମୀର ନଯିବାକୁ ସତର୍କ କରାଇଲେ ବାଇଡେନ ପ୍ରଶାସନ

ୱାଶିଂଟନ: ଆମେରିକା ସରକାର ନିଜ ଦେଶର ନାଗରିକଙ୍କୁ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ନଯିବାକୁ ସତର୍କ କରାଇ ଦେଇଛନ୍ତି । ଭାରତ ପାଇଁ ଲେବଲ ୧ ଟ୍ରାଭେଲ ହେଲଥ ନୋଟିସ ଜାରି କରାଯାଇ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅପରାଧ ଏବଂ ଆତଙ୍କବାଦ କାରଣରୁ ଆମେରିକା ନାଗରିକମାନେ ଜମ୍ମୁ କାଶ୍ମୀର ଗସ୍ତ ଅଥବା ଭ୍ରମଣରେ ଯିବା ଅନୁଚିତ । ତେବେ ସେମାନେ ଲଦାଖ ଏବଂ ଏହାର ରାଜଧାନୀ ଲେହକୁ ଯାଇପାରିବେ । ତାହାସହିତ ସମ୍ଭାବ୍ୟ ସଶସ୍ତ୍ର ଲଢେଇ କାରଣରୁ ଆମେରିକୀୟମାନେ ଭାରତ-ପାକିସ୍ତାନ ସୀମାନ୍ତର ୧୦ କିଲୋମିଟର ପରିଧି ମଧ୍ୟକୁ ନଯିବାକୁ ମଧ୍ୟ ସତର୍କ କରାଇ ଦିଆଯାଇଛି ।

kalyan agarbati

Comments are closed.