www.samajalive.in
Monday, December 15, 2025
27.1 C
Bhubaneswar

ଭିଜା ନିୟମ ବଦଳାଇଲା ଆମେରିକା; ଆବେଦନକାରୀଙ୍କୁ ଦେବାକୁ ପଡ଼ିବ ୫ବର୍ଷର ସୋସିଆଲ ମିଡିଆ ରେକର୍ଡ

ନୂଆଦିଲ୍ଲୀ: ଆମେରିକା ଏହାର ଭିଜା ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏବେ ଆବେଦନକାରୀଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟର ନାମ ଏବଂ ତାଙ୍କର ୫ବର୍ଷର ରେକର୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ହେବ। ଏହାବ୍ୟତୀତ ତାଙ୍କୁ ନିଜ ଇ-ମେଲ ଠିକଣା ଏବଂ ଫୋନ ନମ୍ବର ବି ଦେବାକୁ ପଡ଼ିବ। ଫଳରେ ଟ୍ରମ୍ପ ପ୍ରଶାସନ ଯେତେବେ​‌ଳେ ଚାହିଁବ ଆବେଦନକାରୀଙ୍କ ଆକାଉଣ୍ଟ ଯାଞ୍ଚ କରିପାରିବ।

ସେହିପରି ଆବେଦନକାରୀଙ୍କୁ ବିଗତ ୧୫ ବର୍ଷ ଭିତରେ ତାଙ୍କ ଜୀବନ ଏବଂ ଶରୀରରେ ହୋଇଥିବା  ପରିବର୍ତ୍ତନ ସମ୍ପର୍କରେ ବି ପଚରା ଯାଇପାରିବ। ଏହି ନିୟମଗୁଡ଼ିକର ପ୍ରସ୍ତାବ ଗତବର୍ଷ ଦିଆଯାଇଥିଲା। କିନ୍ତୁ ଏହା ଦ୍ବାରା ୧୪କୋଟି ୭୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ସେତେବେଳେ ଅଧିକାରୀମାନେ ଅନୁମାନ କରିଥିଲେ। ତେବେ ଏହି ନୂଆ ନିୟମରୁ କିଛି କୁଟନୈତିକ ଏବଂ ଅଫିସିଆଲ ଭିଜା ଆବେଦନକାରୀଙ୍କୁ ବାଦ ଦିଆଯିବ।

- Advertisement -

ନିୟମ ସମ୍ପର୍କରେ ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନାଗରିକମାନଙ୍କର ସୁରକ୍ଷାକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରୀୟ ନିରାପତ୍ତା ପାଇଁ ଏହା ଜରୁରୀ ଯେ ଦେଶକୁ ଆସୁଥିବା ନାଗରିକଙ୍କ ପ୍ରକୃତ ପରିଚୟ ଏବଂ ସେମାନଙ୍କ ସମ୍ପର୍କରେ ଠୋସ୍‌ ତଥ୍ୟା ହାସଲ କରିବା ଉଚିତ। ତେବେ ଶିକ୍ଷା ସହ ଜଡ଼ିତ ଅଧିକାରୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ନିୟମକୁ ବିରୋଧ କରିଛନ୍ତି।

ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଯେଉଁମାନେ ନିଜ ସୋସିଆଲ ମିଡିଆ ଆକଉଣ୍ଟ ସମ୍ବନ୍ଧରେ ଭୁଲ ସୂଚନା ଦେବେ ସେମାନଙ୍କୁ ଗମ୍ଭୀର ଆପ୍ରବାସନ ପରିଣାମ ଭୋଗିବାକୁ ପଡ଼ିବ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories