ନୂଆଦିଲ୍ଲୀ: ଚୀନ୍ରୁ ଆମଦାନୀ ହେଉଥିବା ୩୦ ହଜାର କୋଟି ଡଲାର ମୂଲ୍ୟର ସାମଗ୍ରୀ ଉପରେ ଆଉ ଅତିରିକ୍ତ ଶତକଡ଼ା ୧୦ ଭାଗ ଶୁଳ୍କ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଚୀନ୍ ବାଣିଜ୍ୟ ବୁଝାମଣାରେ ଉପନୀତ ହେବା ପାଇଁ ଇଚ୍ଛା ପ୍ରକାଶ କରୁ ନାହିଁ ଓ ଆମେରିକାରୁ ଅଧିକ କୃଷିଜାତ ପଦାର୍ଥ କ୍ରୟ କରିବାକୁ ଦେଇଥିବା ପ୍ରତିଶ୍ରୁତିର ପାଳନ କରୁ ନାହିଁ ବୋଲି ଟ୍ରମ୍ପ୍ ଦୋଷାରୋପ କରିଛନ୍ତି।
ସେ ଟ୍ୱିଟ୍ କରି ସେ କହିଛନ୍ତି, ୨୫ ହଜାର କୋଟି ଡଲାର ମୂଲ୍ୟର ସାମଗ୍ରୀ ଉପରେ ଶତକଡ଼ା ୨୫ ଭାଗ ଶୁଳ୍ପ ବ୍ୟତୀତ ଏହି ଶତକଡ଼ା ୧୦ ଭାଗ ଅତିରିକ୍ତ ଶୁଳ୍କ ଆସନ୍ତାମାସ ପହିଲାରୁ ଲାଗୁ ହେବ। ଚୀନ୍ ସହିତ ସର୍ବଶେଷ ବାଣିଜ୍ୟ କଥାବାର୍ତ୍ତା କରିସାରି ଆମେରିକା ବାଣିଜ୍ୟ ପ୍ରତିନିଧି ରବର୍ଟ ଲାଇଜର୍ ଓ ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମୁଁଚିନ୍ ଫେରିବା ପରେ ଏହି ଘୋଷଣା କରାଯାଇଛି। ଟ୍ରମ୍ପ କହିଛନ୍ତି, ଏ ନେଇ ବ୍ୟବସାୟୀମାନଙ୍କ କଟୁ ମନ୍ତବ୍ୟ କୌଣସି ପ୍ରଭାବ ପକାଇବା ନାହିଁ।



