୨୮ଦିନରେ ୨୦୦କୋଟି ପାର କରିବ ଉରୀ

0

ନୂଆଦିଲ୍ଲୀ : ଆଦିତ୍ୟ ଛର ନିର୍ଦେଶିତ ଭିକି କୌଶଲ ଅଭିନୀତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ୍‍ ଷ୍ଟ୍ରାଇକ୍‍’ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ନିଜ ଯାଦୁ ବିସ୍ତାର କରି ରଖିଛି। ଚଳଚ୍ଚିତ୍ରଟି ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗୁଥିବା ବେଳେ ୨୮ଦିନରେ ସିନେମାଟି ୨୦୦କୋଟି ଟଙ୍କା ପାର କରିବ ବୋଲି ଟ୍ରେଣ୍ଡ ଏକ୍ସପର୍ଟ ତରଣ ଆଦର୍ଶ କହିଛନ୍ତି। ୨୦୦କୋଟି ପାର ହେବାପରେ ଚଳଚ୍ଚିତ୍ରଟି ବକ୍ସଅଫିସରେ ଆଉ ଏକ ରେକର୍ଡ ସୃଷ୍ଟି କରିବ। ସିନେମାଟି ମୁକ୍ତିଲାଭ କରିବାର ଚତୁର୍ଥ ସପ୍ତାହରେ ଶୁକ୍ରବାର ୩.୪୪କୋଟି, ଶନିବାର ୬.୬୧କୋଟି, ରବିବାର ୮.୮୭କୋଟି, ସୋମବାର ୨.୮୫କୋଟି, ମଙ୍ଗଳବାର ୨.୬୨କୋଟି ଏବଂ ବୁଧବାର ୨.୩୮କୋଟି ଟଙ୍କାର ବ୍ୟାବସାୟ କରିଛି। ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ୨୭ଦିନରେ ଚଳଚ୍ଚିତ୍ରଟି ୧୯୭.୮୮କୋଟି ଟଙ୍କାର ବ୍ୟାବସାୟ କରିସାରିଛି।

prayash
courtesy-the indian express

ଉରୀ ମୁକ୍ତିଲାଭ କରିବାର ପ୍ରଥମ ପାଞ୍ଚ ଦିନରେ ୫୦କୋଟି, ଆଠ ଦିନରେ ୭୫କୋଟି, ୧୦ଦିନରେ ୧୦୦କୋଟି, ୧୩ଦିନରେ ୧୨୫କୋଟି, ୧୭ଦିନରେ ୧୫୦କୋଟି, ୨୩ଦିନରେ ୧୭୫କୋଟି ଟଙ୍କାର ବ୍ୟାବସାୟ କରିଥିଲା।
ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ଶୁକ୍ରବାର(୧୧ଜାନୁଆରୀ) ମୁକ୍ତିଲାଭ କରିଥିଲା। ବର୍ଷ ୨୦୧୬ରେ ପାକିସ୍ତାନରେ ପଶି ଭାରତୀୟ ସେନା କରିଥିବା ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଭିକି କୌଶଲ, ୟାମୀ ଗୌତମ, ପରେଶ ରାୱଲ ଓ ମୋହିତ ରୈନାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଦେଶଭକ୍ତିର ଭାବନାକୁ ଜାଗ୍ରତ କରିଛି। ଏଥିରେ ଆକ୍ସନ ଓ ଇମୋଶନ ଉଭୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଭିକି କୌଶଲ ପ୍ରଥମ ଥର ପାଇଁ ସୈନିକ ଭୂମିକାରେ ଅଭିନୟ କରିଛନ୍ତି। ପଡ଼ୋଶୀ ଦେଶର ମନ୍ଦ ଉଦ୍ଦେଶ୍ୟକୁ ଅସଫଳ କରିବାକୁ ଯାଇ ସହିଦ ହୋଇଥିବା ଯବାନମାନଙ୍କ ପରିବାରର ଦୁଃଖକୁ ମଧ୍ୟ ଚଳଚ୍ଚିତ୍ରରେ ଜୀବନ୍ତ ଭାବେ ଦର୍ଶାଯାଇଛି।

Leave A Reply