www.samajalive.in
Sunday, December 7, 2025
26.1 C
Bhubaneswar

ୟୁରିଆ ସଙ୍କଟ: କଳାବଜାରୀ ରୋକିବାରେ ପ୍ରଶାସନ ବିଫଳ, ଚଢ଼ାଦରରେ ବି ମିଳୁନି ସାର

ବିନିକା : ଚଳିତ ବର୍ଷ ଋତୁ ଚାଷ ଜମିରେ ପ୍ରଯୋଗ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ଚାଷୀ ଏବେ ୟୁରିଆ ସାର ଖୋଜି ନୟାନ୍ତ ହୋଇ ପଡ଼ୁଥିବା ଅଭିଯୋଗ ହେଉଛି। କଳାବଜାରୀ ଯୋଗୁଁ ଆବଶ୍ୟକ ସମୟରେ ୟୁରିଆ ସାର ପାଇ ନପାରି ବହୁ ହନ୍ତସନ୍ତ ହେଉଛି ଚାଷୀ। ସରକାରୀ ସୁଲଭ ମୂଲ୍ୟରେ ଚାଷୀ ୟୁରିଆ ସାର ଆଣି ତାର କୃଷି କ୍ଷେତ୍ରରେ ପ୍ରୟୋଗ କରିବାକୁ ଇଛା ପ୍ରକାଶ କରୁଥିବା ବେଳେ ଧାର୍ଯ୍ୟ ମୂଲ୍ୟଠାରୁ ତିନି ଗୁଣ ଅତ୍ୟଧିକ ଦରରେ ଏବେ କେତେକ ମୁନାଫାଖୋର ମହଜୁଦକାରୀ ବ୍ୟବସାୟୀମାନେ ଚାଷୀଙ୍କଠାରେ ଭିତିରିଆ ଲୁଚାଛପା କରି ୫୦୦ରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ୟୁରିଆ ସାର ବିକ୍ରି କରୁଥିବା ନେଇ ଚାଷୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷର ୟୁରିଆ ସାର ବିକ୍ରିର ସରକାରୀ ସୁଲଭ ମୂଲ୍ୟ ୨୬୬ ଟଙ୍କା ଦର ଧାର୍ଯ୍ୟ ହୋଇଥିବା ବେଳେ ଏବେ କିଛି ସପ୍ତାହ ହେଲା ସାର ସଙ୍କଟ ସମସ୍ୟା ସୃଷ୍ଟି ହୋଇଥିବା ନେଇ ଚାଷୀଙ୍କୁ କେତେକ ସାର ଗଚ୍ଛିତ ରଖିଥିବା ଅସାଧୁ ବ୍ୟବସାୟୀ ଏନେଇ ଗୁଜବ ସୃଷ୍ଟିକରି ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଏବେ କିଛି ଦିନ ମଧ୍ୟରେ ଚାଷୀ ୟୁରିଆ ସାର ଖୋଜି ପାଇ ନପାରି ବହୁ ହଇରାଣ ହରକତ ହେଉଥିବା ବେଳେ ଅଞ୍ଚଳର ଯେଉଁ କେତେକ ବ୍ୟବସାୟୀ ସାର ଗଚ୍ଛିତ ରଖିଛନ୍ତି ସେମାନେ ଚାଷୀଙ୍କଠାରେ ତିନିଗୁଣ ଅହେତୁକ ଚଢ଼ା ଦରରେ ବିକ୍ରି କରୁଥିବା ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏସବୁ ସତ୍ତ୍ବେ ମଧ୍ୟ ଚାଷୀ ଆବଶ୍ୟକ ସାର ପାଇ ନପାରି ତାର ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି। ଅପରପକ୍ଷରେ ସାର ଓ କୀଟନାଶକ ଔଷଧ ବିକ୍ରି କରୁଥିବା ଲାଇସେନ୍ସପ୍ରାପ୍ତ ଗୋଦାମ ହୋଲସେଲର କିମ୍ବା ଅନ୍ୟାନ୍ୟ ଲାଇସେନ୍ସପ୍ରାପ୍ତ ଦୋକାନୀମାନେ ମଧ୍ୟ ଏପରି ସ୍ଥିତିରେ ଚାଷୀଙ୍କୁ ଆବଶ୍ୟକ ସାର ଓ କୀଟନାଶକ ଔଷଧ ଯୋଗାଇ ଦେଇ ନପାରି ବହୁ ହଇରାଣ କରୁଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ସାର ପାଇଁ ଆବେଦନକାରୀ ଚାଷୀ ସମ୍ପୃକ୍ତ ସରକାରୀ ଲାଇସେନ୍ସପ୍ରାପ୍ତ ସାର ଯୋଗାଣ କେନ୍ଦ୍ରକୁ ଯାଇ ସେଠାରେ ତାଙ୍କର ଆଧାର କାର୍ଡ, ମୋବାଇଲ ନମ୍ବର ସହ ଏଥିରେ ଦରକାର ପଡ଼ୁଥିବା ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣଯୋଗ୍ୟ କାଗଜପତ୍ର ଦେଇ ନିର୍ଦ୍ବନ୍ଦ୍ବରେ ସରକାରୀ ସୁଲଭ ମୂଲ୍ୟରେ ମିଳୁଥିବା ସାର ଓ କୀଟନାଶକ ଔଷଧ ଆଣିବାର ପ୍ରାବଧାନ ରହିଥିବା ବେଳେ ଏପରି ସ୍ଥିତିରେ ଚାଷୀଙ୍କ ପାଇଁ ତାହା ମଧ୍ୟ ସମ୍ଭବପର ହେଉ ନଥିବାରୁ ଅଞ୍ଚଳର ଚାଷୀ ବିମୁଖ ହୋଇ ପଡ଼ୁଥିବା ଅଭିଯୋଗ ହେଉଛି। ଚାଷ କାମରେ ବ୍ୟସ୍ତ ରହୁଥିବା ଚାଷୀ ଏବେ ସାର ଖୋଜିଯାଇ ନୟାନ୍ତ ହୋଇ ପଡ଼ୁଥିବା ବେଳେ ଅନ୍ୟପଟେ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ତିନିଗୁଣ ବୃଦ୍ଧି ଚଢ଼ା ଦରରେ ସାର ଆଣି ଚାଷୀ ତାର ଧାନ ଫସଲରେ ପ୍ରଯୋଗ କରିବାକୁ ବାଧ୍ୟ ହେଉଥିବା ନେଇ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସାର ଶଙ୍କଟ ପରିସ୍ଥିତି ନେଇ ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଥିବା ବେଳେ ଏବେ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗ କର୍ତ୍ତୃପକ୍ଷ ମଧ୍ୟ ଏହାର କୌଣସି ସମାଧାନ କରି ନପାରି ନିରବଦ୍ରଷ୍ଟା ସାଜିଥିବାରୁ ଚାଷୀ ବହୁ ହଇରାଣ ହେବା ସହିତ ସାର ଆଣିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେଣୁ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଅଞ୍ଚଳର ଚାଷୀଙ୍କୁ ଆବଶ୍ୟକ ସମୟରେ କାଳ ବିଳମ୍ବ ନକରି ସରକାରୀ ରିଆତି ସୁଲଭ ମୂଲ୍ୟରେ ଦରକାରୀ ସାର ଓ କୀଟନାଶକ ଔଷଧ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories