www.samajalive.in
Sunday, December 14, 2025
19.1 C
Bhubaneswar

ନେପାଳ ଭୂମିକମ୍ପ: ୬ ମୃତ, ୫ ଆହତ, ୨ ଗୁରୁତର ଓ ୨ ନିଖୋଜ

ଡେସ୍କ: ନେପାଳରେ ଘଟିଥିବା ୬.୩ ସାନ୍ଦ୍ରତା ବିଶିଷ୍ଟ ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସେଠାକାର ପ୍ରଧାନମନ୍ତ୍ରୀ ଶେର୍‌‌ ବାହାଦୂର ଦେଓବା ଗଭୀର ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ୍‌‌ କରି କହିଛନ୍ତି ଏହି ଭୂମିକଂପ ରେ ଆହତ ଲୋକମାନଙ୍କର ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ମୁତାବକ ଏହି ଭୂମିକଂପରେ ନେପାଳର ଦୋତି ଜିଲ୍ଲାର ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁଇ ଜଣ ନିଖୋଜ ଥିବା ଜଣାପଡିଛି।


ଭୂମିକଂପର କେନ୍ଦ୍ରସ୍ଥଳ କୁହାଯାଉଥିବା ଖପଟାଡ ଜାତୀୟ ପାର୍କ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାୟ ୧୦ଟି ବାସଗୃହ ଧରାଶାୟୀ ହୋଇଛି। ଅନେକ ଗୁଡ଼ିଏ ବାସଗୃହରେ ଫାଟ ସୃଷ୍ଟି ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଛି। ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ପ୍ରଭାବିତ ଅଞ୍ଚଳରେ ନେପାଳ ପୁଲିସ୍‌‌, ସେନା ଏବଂ ସ୍ଥାନୀୟ ପ୍ରତିନିଧିମାନଙ୍କ ସହାୟତାରେ ମିଳିତ ରିଲିଫ୍‌‌ ଏବଂ ଉଦ୍ଧାର କାର୍ଯ୍ୟ ଚଳାଯାଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories