www.samajalive.in
Sunday, December 7, 2025
14.1 C
Bhubaneswar

ଅଘଟଣ ; ଘରର ନିମଣ୍ଟଲ୍‌‌ ଖସି ୪ ମୃତ

ଲଖନଉ : ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାରେ ଏକ ଅଘଟଣ ଘଟିଥିବା ନେଇ ବୁଧବାର ଖବର ମିଳିଛି। ଏକ ଘରର ଉପର ଅଂଶର ଖସି ପଡି (ନିମଣ୍ଟଲ୍‌‌ )୪ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।
ସୂଚନା ଯୋଗ୍ୟ, ବୁଲନ୍ଦସହର ଜିଲାର ନରସେନା ଥାନା ଅଞ୍ଚଳରେ ଥିବା ଏକ ଗାଁରେ ବିଳମ୍ବିତ ରାତିରେ ଏହି ଅଘଟର ଘଟିଛି। ଘରର ଭଗ୍ନାଂଶ ତଳେ ପରିବାରର ଅନେକ ସଦସ୍ୟ ଦବି ରହିଥିବା ନେଇ ପ୍ରାଥମିକ ତନ୍ତ୍ରୁ ଜଣାପଡିଛି।
କୁହାଯାଉଛି ଘରର ୨ୟ ମହଲାରେ ମଙ୍ଗଳବାର ଦିନ ନିମଣ୍ଟଲ୍‌‌ ପକା ଯାଇଥିଲା। ପରିବାର ପ୍ରାୟ ୧୩ ଜଣ ତଳ ମହଲାରେ ଶୋଇଥିଲେ। ମାତ୍ର ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହ ଉଦ୍ଧାର କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories