www.samajalive.in
Monday, December 15, 2025
14.1 C
Bhubaneswar

ଉତ୍ତରପ୍ରଦେଶ ସରକାରଙ୍କୁ ମୁଲାୟମଙ୍କ ନିବେଦନ

ଲକ୍ଷ୍ନୌ : ‘ରାଜଧାନୀ ଲକ୍ଷ୍ନୌରେ ମୋର ବାସୋପଯୋଗୀ ଘର ନାହିଁ; ତେଣୁ ସରକାରୀ ବାସଭବନରେ ରହିବା ପାଇଁ ଆଉ ଦୁଇ ବର୍ଷ ସୁଯୋଗ ଦିଆଯାଉ।’ ଉତ୍ତରପ୍ରଦେଶ ସରକାରଙ୍କ ନିକଟରେ ଏଭଳି ନିବେଦନ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ଇଷ୍ଟେଟ୍‍ ବିଭାଗକୁ ସେ ଏହି ମର୍ମରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବାସଭବନ ଛାଡ଼ିବା ପାଇଁ ନିର୍ଦେଶ ଦେବା ପରିପ୍ରେକ୍ଷୀରେ ମୁଲାୟମ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଘର ଛାଡ଼ିବା ପାଇଁ ଆଉ ଦୁଇ ବର୍ଷ ସମୟ ମାଗିଛନ୍ତି। ମୁଲାୟମ ବର୍ତ୍ତମାନ ଲକ୍ଷ୍ନୌର ୫-ବିକ୍ରମାଦିତ୍ୟ ମାର୍ଗ ବଙ୍ଗଳାରେ ଅବସ୍ଥାନ କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ବହୁ ଲୋକ ସାକ୍ଷାତ କରିବାକୁ ଆସୁଛନ୍ତି। ଏଥିସହିତ ତାଙ୍କର ସୁରକ୍ଷା ପ୍ରସଙ୍ଗ ଜଡ଼ିତ ରହିଛି ବୋଲି ମୁଲାୟମ ଦର୍ଶାଇଛନ୍ତି। ଏହି ବଙ୍ଗଳା ୧୫ଦିନ ମଧ୍ୟରେ ଖାଲି କରିବା ପାଇଁ ଇଷ୍ଟେଟ୍‍ ବିଭାଗ ପକ୍ଷରୁ ନୋଟିସ୍‍ ଜାରି କରାଯାଇଛି। ଅନ୍ୟ ପାଞ୍ଚ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‍.ଡି ତିୱାରୀ, ମାୟାବତୀ ପ୍ରମୁଖଙ୍କୁ ମଧ୍ୟ ସମାନ ନୋଟିସ ଜାରି ହୋଇଛି।
ତେବେ ମୁଲାୟମଙ୍କ ଆବେଦନ ଉପରେ ରାଜ୍ୟ ସରକାର ଆଇନ ବିଭାଗର ପରାମର୍ଶ ଲୋଡ଼ିଛନ୍ତି। ସେଠାରୁ ଉତ୍ତର ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇଷ୍ଟେଟ୍‍ ବିଭାଗ ଅଧିକାରୀ ଯୋଗେଶ ଶୁକ୍ଳା କହିଛନ୍ତି। ଏହା ପୂର୍ବରୁ ଅଖିଳେଶ ସିଂହ ଯାଦବ ମଧ୍ୟ ସମାନ ଆବେଦନ କରି ଦୁଇ ବର୍ଷ ସମୟ ମାଗିଥିଲେ। କିନ୍ତୁ ସେ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ଥିବାରୁ ତାଙ୍କୁ ସରକାରୀ ବାସଭବନରୁ ହଟାଇବା ସହଜ ନୁହେଁ ବୋଲି ଜଣାପଡ଼ିଛି। ଶ୍ରୀ ଶୁକ୍ଳାଙ୍କ କହିବାନୁଯାୟୀ ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠକୁ ଏବେ ଅନୁଧ୍ୟାନ କରାଯାଉଛି। ସେଥିରେ ସେମାନେ ନିଜସ୍ୱ ଘର ଅଛି କି ନାହିଁ ତାହା ନିଶ୍ଚୟ ଦର୍ଶାଇଛନ୍ତି। ଏହି ଅନୁଧ୍ୟାନ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ନିର୍ବାଚନ ସମୟରେ ଅଖିଳେଶ ଦର୍ଶାଇଥିଲେ ଯେ ଲକ୍ଷ୍ନୌରେ ତାଙ୍କର ନିଜସ୍ୱ ବାସଭବନ ରହିଛି। କିନ୍ତୁ ଏହା ଏକ ପୁରୁଣା ଘର; ଏବେ ଏହାକୁ ଭଙ୍ଗାଯାଇ ପୁନଃନିର୍ମାଣ କରାଯାଉଛି ବୋଲି ଅଖିଳେଶଙ୍କର ଜଣେ ବନ୍ଧୁ କହିଛନ୍ତି। ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ କାନ୍‍ସୀରାମ୍‍ଙ୍କ ନାମରେ ଥିବା ବଙ୍ଗଳାକୁ ମାୟାବତୀ ଏବେ ଏକ ସ୍ମାରକୀରେ ପରିଣତ କରିଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories