www.samajalive.in
Monday, December 15, 2025
24.1 C
Bhubaneswar

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦ ହରାଇଲେ ବିଧାୟକ

ସମାଜ ଡିଜିଟାଲ ଡେସ୍କ: ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦବୀ ହରାଇଛନ୍ତି ବିଧାୟକ ଆବ୍ବାସ ଅନସାରୀ। ଉତ୍ତରପ୍ରଦେଶର ମାଉ ବିଧାୟକ ଅବ୍ବାସ ହେଉଛନ୍ତି ପୂର୍ବତନ ବିଧାୟକ ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ପୁଅ। ଅବ୍ବାସ ସୁହେଲଦେବ ଭାରତୀୟ ସମାଜ ପାର୍ଟିରୁ ପ୍ରାର୍ଥୀ ହୋଇ ମାଉ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୨୨ରେ ବିଧାନସଭା ନିର୍ବାଚନ ସମୟରେ ସେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ମାଉ ଏମପି-ଏମଏଲଏ କୋର୍ଟ ଏହାର ଶୁଣାଣି କରି ଅବ୍ବାସଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀ ଅନୁସାରେ ଯଦି କୌଣସି ବିଧାୟକ କିମ୍ବା ସାଂସଦ କୌଣସି ମାମଲାରେ ୨ ବର୍ଷ କିମ୍ବା ତା’ଠାରୁ ଅଧିକ କାଳ ପର୍ଯ୍ୟନ୍ତ ଦଣ୍ଡାଦେଶ ପାଉଛନ୍ତି, ତେବେ ସେମାନଙ୍କ ବିଧାୟକ ଓ ସାଂସଦ ପଦବୀ ରଦ୍ଦ ହୋଇଯିବ। ସେହି ଅନୁସାରେ ଅବ୍ବାସଙ୍କ ସଭ୍ୟପଦ ରଦ୍ଦ ହେବା ନିଶ୍ଚିତ ହୋଇଛି। ବିଧାନସଭା ପକ୍ଷରୁ କେବଳ ବିଜ୍ଞପ୍ତି ପ୍ରକାଶ ବାକି ରହିଛି। ଅନ୍ୟପଟେ ଅବ୍ବାସ ଯଦି ତଳ କୋର୍ଟ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବେ ଏବଂ ସର୍ବୋଚ୍ଚ ଅଦାଲତ ତାଙ୍କ ସପକ୍ଷରେ ରାୟ ଶୁଣାଇବେ ତେବେ ସେ ତାଙ୍କ ସଭ୍ୟ ପଦ ଆପେ ଆପେ ଫେରିପାଇବେ।

- Advertisement -

ସୂଚନାଯୋଗ୍ୟ, ୨୦୨୨ରେ ଏକ ନିର୍ବାଚନୀ ସଭାରେ ଅବ୍ବାସ ଭାଷଣ ଦେଇଥିଲେ। ତାଙ୍କ ଦଳ ସରକାର ଗଠନ କରିବା ପ​‌ରେ ସେ ସରକାରୀ ଅଧିକାରୀମାନଙ୍କୁ ଦେଖିନେବେ ବୋଲି ଭାଷଣରେ ଧମକ ଦେଇଥିଲେ, ଯାହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories