www.samajalive.in
Monday, December 15, 2025
17.1 C
Bhubaneswar

ତଦନ୍ତ ବିଳମ୍ବ ନେଇ ୟୁପି ସରକାରଙ୍କୁ ଭର୍ତ୍ସନା

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ ବିଳମ୍ବକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ବୁଧବାର ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ନେତୃତ୍ବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ କହିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଠା କରୁଛନ୍ତି। ସରକାର ଜାଣିଶୁଣି ତଦନ୍ତକୁ ବିଳମ୍ବିତ କରୁଛନ୍ତି। ଏହି ହିଂସା ଘଟଣାର ତଦନ୍ତ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାରେ ରାଜ୍ୟ ସରକାରଙ୍କ ବିଳମ୍ବକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଏପରି ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ୪୪ଜଣ ସାକ୍ଷୀଙ୍କୁ ପରୀକ୍ଷା କରିଥିବାବେଳେ ମାତ୍ର ୪ଜଣଙ୍କର ବୟାନ ରେକର୍ଡ କରାଯାଇଛି। ଅନ୍ୟମାନଙ୍କ ବୟାନ କାହିଁକି ରେକର୍ଡ କରାଯାଇ ନାହିଁ ବୋଲି ଅଦାଲତ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଉପସ୍ଥିତ ରହି କହିଥିଲେ ଯେ ଏହି ହିଂସା ଦୁଇଟି ଘଟଣା ଉପରେ ଆଧାରିତ। ଗୋଟିଏ ଘଟଣା ହେଉଛି ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡି ମାଡିଯିବା। ଦ୍ବିତୀୟ ଘଟଣା ହେଉଛି ଆନ୍ଦୋଳକାରୀ କୃଷକଙ୍କ ମାଡରେ ୪ଜଣଙ୍କ ମୃତ୍ୟୁ ହେବା। ତେଣୁ ଦୁଇଟି ଘଟଣାକୁ ଏକକାଳୀନ ତଦନ୍ତ କରିବା କଷ୍ଟକର। ଏହା ସହିତ ଉଭୟ ଘଟଣାରେ ଅନେକ ଲୋକ ସମ୍ପୃକ୍ତ ଅଛନ୍ତି। ଉଭୟ ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଛି। ସରକାରଙ୍କ ଯୁକ୍ତି ପରେ ଅଦାଲତ ମାମଲାକୁ ଅକ୍ଟୋବର ୨୬ରେ ପୁନର୍ବାର ଶୁଣାଣି ନିମନ୍ତେ ଧାର୍ଯ୍ୟ କରିଛନ୍ତି। ଅକ୍ଟୋବର ୮ରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଗତ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଲଖିମପୁର ଖେରି ଅଞ୍ଚଳରେ ହୋଇଥିବା ହିଂସାରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories