କଷ୍ଟମ୍ ଅଧିକାରୀଙ୍କ ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟିନେଲେ ୬ ଲକ୍ଷ!
ଲକ୍ଷ୍ନୌ: ବିଦେଶରୁ ପାର୍ସଲ ଆସିବାର ବାହାନା କରି ଲକ୍ଷ୍ନୌର ଜଣେ ମହିଳାଙ୍କଠାରୁ ସାଇବର ଠକମାନେ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଠକେଇ ସମ୍ପର୍କରେ ସୂଚନା ପାଇବା ପରେ ପୀଡିତା ମହିଳା ଜଣକ ଗୁଡୱା ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ଏ ନେଇ ସାଇବର କ୍ରାଇମ ସେଲରେ ମଧ୍ୟ ଅଭିଯୋଗ ହୋଇଛି। ଲକ୍ଷ୍ନୌସ୍ଥିତ କଲ୍ୟାଣପୁର ଆଦିଲନଗରରେ ରହୁଥିବା ଅଫସରୀ ବେଗମ ନାମକ ଜଣେ ମହିଳାଙ୍କ ଫୋନକୁ ହଠାତ ଏକ କଲ୍ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣକ ମହିଳା ଜଣଙ୍କୁ କହିଥିଲେ , ଏକ କୋରିୟର ଆସିଛି। ଏଥିରେ କିଛି ଅଳଙ୍କାର ଏବଂ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ରହିଛି। ମହିଳା ଜଣକ ନିଜକୁ କଷ୍ଟମ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପାର୍ସଲ ନେବା ନାଁରେ ମହିଳା ଜଣକ ୩ଲକ୍ଷ ଟଙ୍କା ଜମା କରିଥିଲେ । ଏହା ପରେ ପୁଣି ଅନ୍ୟ ଏକ କଲ ଆସିଥିଲା। ୩ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏପରିକି ୩ୟ ଥର ମଧ୍ୟ ସେ ୨ ଲକ୍ଷ ଟଙ୍କା ଜମା କରିଥିଲେ। ତାପରେ ପୀଡିତା ଜଣଙ୍କର ସନ୍ଦେହ ହୋଇଥିଲା। ଏହାପରେ ସେ ଘଟଣାକୁ ନେଇ ଗୁଡୱା ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
Comments are closed.