www.samajalive.in
Saturday, December 6, 2025
14.1 C
Bhubaneswar

ବାଂଲାଦେଶ ଅଶାନ୍ତ – କର୍ଫ୍ୟୁ ଜାରି, ସେନା ମୁତୟନ

ଡେସ୍କ: ବାଂଲାଦେଶରେ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣକୁ ବିରୋଧ କରି ଚାଲିଥିବା ପ୍ରତିବାଦ ଅଣାୟତ୍ତ ହେବାରୁ ସେଠାକାର ସରକାର କର୍ଫ୍ୟୁ ଲାଗୁ କରିଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବା ଲାଗି ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ସେନା ମୁତୟନ କରାଯାଇଛି। ସେଠାରେ ସରକାରୀ ଚାକିରିରେ କୋଟା ବ୍ୟବସ୍ଥା ଉଚ୍ଛେଦ ଲାଗି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚଳିତ ମାସ ପହିଳାରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ୧୦୫ ଜଣ ନାଗରିକଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ପୁଲିସ୍‌ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ୧୫ ବର୍ଷ ହେବ ଦେଶର ଶାସନଭାର ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସରକାର ପରିସ୍ଥିତିର ମୁକାବିଲା ଲାଗି ଉଦ୍ୟମ କରୁଥିବା ଜଣାପଡ଼ିଛି।

ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି, ସ୍ୱାଭାବିକ ହେଉଛି ସ୍ଥିତି

- Advertisement -

ଗଣମାଧ୍ୟମକୁ ସୂଚନା ଦେଇ ଶେଖ୍‌ ହାସିନାଙ୍କ ଗଣମାଧ୍ୟମ ସଚିବ ନୟିମୁଲ୍‌ ଇସ୍‌ଲାମ୍‌ ଖାଁ କହିଛନ୍ତି, ସାଧାରଣ ନାଗରିକଙ୍କୁ ସୁରକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ କର୍ଫ୍ୟୁ ଲାଗ କରାଯିବା ସହ ସେନା ମୁତୟନ କରାଯାଇଛି। ଗତକାଲି ଢାକାରେ ପୁଲିସ୍‌ ପକ୍ଷରୁ ସମସ୍ତ ପ୍ରକାର ରାଲି, ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ଜାରି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶରେ ମୋମାଇଲ୍‌ ଇଣ୍ଟର୍‌ନେଟ୍‌ ସହ ସମସ୍ତ ସାମାଜିକ ଗଣମାଧ୍ୟମ ବ୍ୟବସ୍ଥାକୁ ଅଚଳ କରି ଦିଆଯାଇଛି। ଅନେକଗୁଡ଼ିଏ ସ୍ଥାନରେ ପୁଲିସ୍‌ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଜାରି ରହିଛି। ଗତକାଲି ବିକ୍ଷୋଭକାରୀମାନେ ଏକ କେନ୍ଦ୍ରୀୟ ଜେଲ୍‌ରୁ କଏଦୀମାନଙ୍କୁ ମୁକ୍ତ କରିଦେବା ସହ ସମ୍ପୃକ୍ତ ଜେଲ୍‌ରେ ନିଆଁ ଲଗାଇ ଦେଇଛନ୍ତି ।

ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସେଠାରେ ରହୁଥିବା ଭାରତୀୟମାନଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି କୁହାଯାଇଛି। ଆବଶ୍ୟକ ସମୟରେ ସେଠାରେ ଥିବା ଭାରତୀୟ ଦୂତାବାସ ସେମାନଙ୍କୁ ସହାୟତା ପ୍ରଦାନ କରିବ ବୋଲି କୁହାଯାଇଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈଶ୍ୱାଲ୍‌ କହିଛନ୍ତି, ବାଂଲାଦେଶରେ ୮ ହଜାର ୫୦୦ ଛାତ୍ରଛାତ୍ରୀଙ୍କ ସମେତ ୧୫ ହଜାରରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌. ଜୟଶଙ୍କର ପରିସ୍ଥିତି ଉପରେ ନଜର ରଖିଥିବା ସେ କହିଛନ୍ତି। ଆବଶ୍ୟକ ପଡ଼ିଲେ ସେଠାରେ ରହୁଥିବା ଭାରତୀୟଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ମାଇକ୍ରୋସଫ୍ଟ ବୈଷୟିକ ତ୍ରୁଟି, ପ୍ରଭାବିତ ହୋଇନି ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories