ଡେସ୍କ: ମାଇକ୍ରୋସଫ୍ଟରେ ଦେଖାଦେଇଥିବା ବୈଷୟିକ ତ୍ରୁଟି ଯୋଗୁଁ ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା ମୋଟାମୋଟି ଭାବେ ପ୍ରଭାବିତ ହୋଇ ନ ଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏନେଇ ସୂଚନା ଦେଇ କହିଛି, ୧୦ଟି ବ୍ୟାଙ୍କ୍ ଓ ଅଳ୍ପ କେତୋଟି ଆଥିର୍କ ପରିଚାଳନା ସଂସ୍ଥାର କାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ପରେ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଦେଶର ଅଳ୍ପ କେତୋଟି ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନ କ୍ରାଉଡ୍ ଷ୍ଟ୍ରାଇକ୍ ସଫ୍ଟୱେୟାର ବ୍ୟବହାର କରୁଥିବା ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ପରିଚାଳନାରେ ଅସୁବିଧା ସୃଷ୍ଟି ନାହିଁ। ତେବେ ଏକ୍ଷେତ୍ରରେ ଆହୁରି ସତର୍କ ରହିବା ଲାଗି ଆର୍.ବି.ଆଇ. ପକ୍ଷରୁ ନିଦେ୍ର୍ଦଶାବଳୀ ଜାରି କରାଯାଇଛି।
Popular Categories



