www.samajalive.in
Monday, December 15, 2025
26.1 C
Bhubaneswar

ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’

ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଓ ବିଶ୍ବବିଦ୍ୟାଳୟର କୁଳସଚିବ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ସେହିପରି ସବୁ ଜିଲାରେ ‘ଶକ୍ତିଶ୍ରୀ ଅପା’ ନିଯୁକ୍ତି କରିବାକୁ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ପ୍ରତିଷ୍ଠା ହେବାକୁ ଥିବା ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ। ଏହା ଛାତ୍ରୀଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ ସହ ସର୍ବାଙ୍ଗୀଣ ବିକାଶ ଦିଗରେ କାମ କରିବ। ଶିକ୍ଷାନୁଷ୍ଠାନର ଜଣେ ଅଧ୍ୟାପିକା ‘ଶକ୍ତିଶ୍ରୀ ସଂଯୋଜିକା’ ଭାବେ ନିଯୁକ୍ତି ପାଇବେ ଓ କେନ୍ଦ୍ରର ପରିଚାଳନା ଦାୟିତ୍ବ ନିର୍ବାହ କରିବେ। ଛାତ୍ରୀଙ୍କ ଅଧିକାର ଓ ସଶକ୍ତୀକରଣ ବିଷୟରେ ଆତ୍ମରକ୍ଷା କୌଶଳ, ସ୍ବାସ୍ଥ୍ୟ ସଚେତନତା, ଆଇନ ପରାମର୍ଶ, ଲାଇଫ୍‌ ସ୍କିଲ୍‌ ନିୟମିତ ସଚେତନତା କର୍ମଶାଳା, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଆୟୋଜନ କରିବାକୁ କୁହାଯାଇଛି। ମାନସିକ ଅଶାନ୍ତିରେ ଥିବା ମହିଳାଙ୍କୁ ସହାୟତା, ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ ସ୍ଥାପନ କରି ଆଇନ ସହାୟତା ପ୍ରଦାନ, ଛାତ୍ରୀଙ୍କୁ ବିଭିନ୍ନ ବ୍ୟାଚ୍‌ରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ବ୍ୟବସ୍ଥା କରିବେ ଶିକ୍ଷାନୁଷ୍ଠାନ। ଶକ୍ତି ଅପା, ସ୍ଥାନୀୟ ପ୍ରଶାସନ, ଏନ୍‌ଜିଓ, ସଚେତନତା କରୁଥିବା ସଂସ୍ଥା ସହ ଯୋଗାଯୋଗରେ ରହିବ ଶିକ୍ଷାନୁଷ୍ଠାନ। ଜଣେ ଛାତ୍ରୀଙ୍କୁ ଶକ୍ତିଶ୍ରୀ ସାଥୀ କରାଯିବ। ଅଗଷ୍ଟ ୪ ସୁଦ୍ଧା ଶକ୍ତିଶ୍ରୀ ସଂଯୋଜିକା ମନୋନୟନ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରତି ଜିଲା ସ୍ତରରେ ନିଯୁକ୍ତ ହେବେ ‘ଶକ୍ତିଶ୍ରୀ ଅପା’। ୫ ଜଣ ବିଶିଷ୍ଟ ମହିଳାଙ୍କୁ ଜିଲାପାଳ ‘ଶକ୍ତି ଅପା’ ଭାବେ ଅବସ୍ଥାପିତ କରିବେ। ‘ଶକ୍ତି ଅପା’ ୩ ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଛାତ୍ରୀଙ୍କ ପାଇଁ ମେଣ୍ଟର ଭଳି କାମ କରିବେ। ଅଗଷ୍ଟ ୨୦ ସୁଦ୍ଧା ‘ଶକ୍ତି ଅପା’ ମନୋନୟନ କରିବାକୁ ସବୁ ଜିଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ୨୦ ସୁଦ୍ଧା ବିଭାଗକୁ ତଥ୍ୟ ପଠାଇବେ ଜିଲାପାଳ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories