www.samajalive.in
Saturday, December 6, 2025
14.1 C
Bhubaneswar

ଲୁଟିଆ ଦୁଲ୍‌ହନ୍‌ ଗିରଫ; ୮ ଜଣଙ୍କୁ ବିବାହ ପରେ ପ୍ରତାରଣା

ନାଗପୁର: ମହରାଷ୍ଟ୍ର ପୁଲିସ ଶୁକ୍ରବାର ନାଗପୁର ସହରରୁ ଜଣେ ମହିଳାଙ୍କୁ ଗିରଫ କରିଛି। ବିଗତ ୧୫ ବର୍ଷ ମଧ୍ୟରେ ମହିଳା ଜଣକ ୮ ଜଣ ବ୍ୟକ୍ତିଙ୍କୁ ବିବାହ କରି ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। ନବମ ସ୍ବାମୀଙ୍କୁ ବିବାହ କରିବାକୁ ଯୋଜନା କରୁଥିବାବେଳେ ମହିଳା ଜଣକ ପୁଲିସ ହାତରେ ଧରାପଡିଛନ୍ତି। ସମୀରା ଫାତିମା ନାମ୍ନୀ ଏହି ମହିଳା ପେସାରେ ଜଣେ ଶିକ୍ଷୟିତ୍ରୀ ହୋଇଥିବାବେଳେ ବିବାହ ଆଳରେ ସ୍ବାମୀମାନଙ୍କୁ ବ୍ଲାକମେଲ କରି ଅର୍ଥ ଉପାର୍ଜନ କରୁଥିଲେ। ସମୀରା ମୁଖ୍ୟତଃ ଫେସବୁକ୍‌ ଓ ମାଟ୍ରିମୋନିଆଲ ୱେବସାଇଟ ଜରିଆରେ ମୁସଲମାନ ସଂପ୍ରଦାୟର ଧନୀ ଓ ବିବାହିତ ପୁରୁଷଙ୍କୁ ନିଶାଣ କରୁଥିଲେ। ଜଣେ ପୂର୍ବତନ ସ୍ବାମୀଙ୍କଠାରୁ ସେ ୫୦ ଲକ୍ଷ ଏବଂ ଅନ୍ୟ ଜଣେ ସ୍ବାମୀଙ୍କ ନିକଟରୁ ୧୫ ଲକ୍ଷ ଟଙ୍କା ଲୁଟିଥିବା ପୁଲିସ ଜାଣିବାକୁ ପାଇଛି। ତାଙ୍କ ପ୍ରେମଜାଲରେ ରିଜର୍ଭ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ଫସିଥିବା ପୁଲିସ କହିଛି। ସାମାଜିକ ପ୍ଲାଟଫର୍ମରେ ବନ୍ଧୁତା ହେବାପରେ ସମୀରା ତାଙ୍କ ଭାବୀ ସ୍ବାମୀଙ୍କୁ ଜୀବନର କରୁଣ କାହାଣୀ ବର୍ଣ୍ଣନା କରୁଥିଲେ। ନିଜକୁ ଅସହାୟ ବିଧବା ଏବଂ ଗୋଟିଏ ସନ୍ତାନର ଜନନୀ ବୋଲି କହି ସମୀରା ଏହି ବ୍ୟକ୍ତିଙ୍କ ସହାନୁଭୂତି ଯୋଗାଡ କରିବାପରେ ସେମାନଙ୍କୁ ବିବାହ ଜାଲରେ ଫସାଉଥିଲେ। ପୂର୍ବରୁ ଥରେ ଧରାପଡିଥିଲେ ସୁଦ୍ଧା ସମୀରା ନିଜକୁ ଗର୍ଭବତୀ କହି ପୁଲିସ ହାତରୁ ଖସିଯାଇଥିଲେ। ତେବେ ଜୁଲାଇ ୨୯ରେ ପୁଲିସ ତାଙ୍କୁ ନାଗପୁର ସହରର ଏକ ଚାହା ଦୋକାନରୁ ଗିରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories