www.samajalive.in
Monday, December 15, 2025
15.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଘଟଗାଁରେ ମା ତାରିଣୀ ଦର୍ଶନ

ପାଟଣା : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ଆଜି ଶେଷ ଦିନରେ ଘଟଗାଁ ଠାରେ ମା ତାରିଣୀଙ୍କ ଦର୍ଶନ କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ମୁଣ୍ଡା ଘଟଗାଁ ବଜାର ସ୍ଥିତ ପାଲା ମଣ୍ଡପଠାରେ ବିଜେପିର ଘଷିପୁରା ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତ୍ତା  ଓ ଅଂଚଳର ଅନେକ ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ମନ କୀ ବାତ କାର୍ଯ୍ୟକ୍ରମକୁ ଲାଇଭ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ରହି ଦେଖିଥିଲେ । ମନକୀ ବାତ କାର୍ଯ୍ୟକ୍ରମ ସରିବା ପରେ ଘଟଗାଁ ମଣ୍ଡଳର ମୁକୁନ୍ଦପୁରପାଟଣା ଶକ୍ତିକେନ୍ଦ୍ରର ସମସ୍ତ ବୁଥରୁ ଆସିଥିବା ବିଜେପିର ସଦସ୍ୟମାନଙ୍କ ସହିତ ଆଗାମୀ ଦିନରେ ସଂଗଠନ କିପରି ମଜବୁତ ହେବ ସେ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି କାଯ୍ୟକ୍ରମରେ ଘଟଗାଁ ବ୍ଲକ ବିଜେପି ତରଫରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ପୃଥୀରାଜ କୁଅଁରଙ୍କ ସଂଯୋଜନାରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଜିଲ୍ଲାସଭାପତି ଅଂଶୁମାନ ସବୁଜ ମାହାନ୍ତ ବର୍ମା, ଜିଲ୍ଲା ପ୍ରଭାରୀ ସଂଜୀବ ମହାନ୍ତି, ଜିଲ୍ଲା ସଂଯୋଜକ ସୁକଦେଵ ମାହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର, ମହେଶ୍ବର ସାହୁ, ରାଧାକାନ୍ତ ମହାନ୍ତ, ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୂଖ ମଞ୍ଚରେ ଉପସ୍ଥିତ ଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହ ଙ୍କ ନେତୃତ୍ୱରେ ମନ କୀ ବାତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଘଟଗାଁ ବ୍ଲକ ତିନୋଟି ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଘଟଗାଁ ମଣ୍ଡଳ ସଭାପତି ଗୋଲଖ ବଳ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ବେଜ, ଜଗବନ୍ଧୁ ସାହା, ମକରଧ୍ଵଜ ବେହେରା, ରୁଦ୍ର ପ୍ରସାଦ ବେହେରା, ପ୍ରୀତମ ରୋସନ ମହାପାତ୍ର, ତପନ ମହାକୁଡ଼, ଢେଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ, ସାଧାରଣ ସମ୍ପାଦକ ତ୍ରିନାଥ ମହାରଣା, ପାଇଦାପାଟଣା ସରପଂଚ ମୁକୁନ୍ଦ ମୁଣ୍ଡା, ଇନ୍ଦ୍ରମଣି ମହାନ୍ତ, ପଣ୍ଡାପଡା ମଣ୍ଡଳ ସାଧାରଣ ସମ୍ପାଦକ ଅମିତ ପ୍ରସାଦ, ହୃଷିକେଶ ମହାକୁଡ଼, ଜିଲ୍ଲା କାର୍ଯ୍ୟକରିଣୀ ସଦସ୍ୟ ରାଜେଶ ସିଂହ, ଅମର ସିଂହ, ଅଖିଳ ପାତ୍ର, ଜୟଦେବ ଗିରି, ସୁମନ୍ତ ସାହୁ ଜିଲ୍ଲା ସମ୍ପାଦିକା ଜେ. ବଳ,ଜିଲ୍ଲା ସମ୍ପାଦକ ଦୀପକ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories