www.samajalive.in
Monday, December 15, 2025
15.1 C
Bhubaneswar

ଟାଉନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା

ସମ୍ବଲପୁର : ଦେଶ ସ୍ୱାଧିନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସମ୍ବଲପୁରର ନୃସିଂହ ଗୁରୁ ଟାଉନ ହାଇସ୍କୁଲ ଠାରେ ପୁରାତନ ଛାତ୍ର ସଂସଦପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଯୋଗୀତ ଆୟୋଜିତ ହୋଇଯାଇଛି । ଛାତ୍ର ମାନଙ୍କ ମଧ୍ୟରେ ଦେଶାତ୍ମକବୋଧକ ସଙ୍ଗୀତ, ସ୍ୱାଧିନତା ଆନ୍ଦୋଳନ ଓ ଗାନ୍ଧୀଜୀ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦର ସଭାପତି ଡ. ପରେଶ ଚନ୍ଦ୍ର ଦାନୀ ପ୍ରଥମେ ଛାତ୍ର ମାନଙ୍କର ଅର୍ନ୍ତନିହିତ ପ୍ରତିଭାର ବିକାଶ ନିମନ୍ତେ ଏଭଳି ପ୍ରତିଯୋଗୀତାର ଗୁରୁତ୍ୱପୁର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ଦୀନବନ୍ଧୁ ପଣ୍ଡା ପ୍ରତିଯୋଗୀତାରେ ନିୟମ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବକ୍ତୃତା ପ୍ରତିଯୋଗୀତାରେ ବିଚାରକ ଦାୟିତ୍ୱ ଶିକ୍ଷାବିତ ଅରବିନ୍ଦ ମହାପାତ୍ର, ଡ. ବିଜୟ ପ୍ରଧାନ ଓ ନନ୍ଦିନୀ ମିଶ୍ର ତୁଲାଇଥିବା ବେଳେ ଏଥିରେ ସୌମ୍ୟ ରଞ୍ଜନ ମଣ୍ଡଳ ପ୍ରଥମ, ସାଗର ତାଣ୍ଡି ଦ୍ୱିତୀୟ ଏବଂ ପ୍ରେମାନନ୍ଦ ରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ସଙ୍ଗୀତ ପ୍ରତିଯୋଗୀତାରେ ତ୍ରିଲୋଚନ ତ୍ରିପାଠୀ, ସୁରେନ୍ଦ୍ର ନାଥ ବାଗ ଓ ଭୂଜାତା ନନ୍ଦ ବିଚାରକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ରୋହନ ପଟେଲ ପ୍ରଥମ, ଆଦର୍ଶ ମେହେର ଦ୍ୱିତୀୟ ଏବଂ ସୁମିତ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଗୋରେଖ ଲାଲ ଦାଶ, ବିବେକାନନ୍ଦ ଗୁରୁ, ବେଦବ୍ୟାସ ସୂପକାର, କୈଳାସ ମିସ୍ତ୍ରି ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସକ୍ରିୟ ସହାୟତା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories