ମିନି ଟ୍ରକ ମାଲିକ ସଂଘର ସାଧାରଣ ବୈଠକ
ସମ୍ବଲପୁର : ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ଏକ ହୋଟେଲରେ ସମ୍ବଲପୁର ମିନି ଟ୍ରକ ମାଲିକ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ ସହିତ ସଂଘର ସଦସ୍ୟ ମାନଙ୍କର ସମସ୍ୟା ବିଷୟ ଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକ ସମୟରେ ଆୟୋଜିତ ନିର୍ବାଚନରେ ରୂପେଶ କୁମାର ପାଣିଗ୍ରାହୀ ସଭାପତି, ସୋହନ ଗାବକେ ଓ ଗଣେଶ କୁମାର ସାହୁ ଉପ ସଭାପତି, ଭରତ ଗୋଏଲ ସାଧାରଣ ସମ୍ପାଦକ, ପୁର୍ଣ୍ଣଚନ୍ଦ୍ର ସାହୁ ଓ ବିଶ୍ୱଜିତ ପଣ୍ଡା ସହ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ରୂପେ ସୁରେଶ କୁମାର ସାହୁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।
Comments are closed.