Patra electronics

ଲକ୍ଷ୍ମୀପୁର ରାମ ମନ୍ଦିର ନିକଟରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ଅନ୍ତର୍ଗତ ବ୍ଲକ ରାସ୍ତାରେ ଥିବା ରାମ ମନ୍ଦିର ନିକଟରେ ପଡିରହିଥିବା ଏକ ଶିଶୁ କନ୍ୟାକୁ ରବିବାର ରାତିରେ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାଟି ରାସ୍ତାରେ ପଡି କାନ୍ଦୁଥିବା ବେଳେ ନିକଟରେ ଥିବା ଜଣେ ବ୍ୟକ୍ତି ତାକୁ ରଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ସେଠାରୁ ଶିଶୁ କନ୍ୟାକୁ ଉଦ୍ଧାର କରି  ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ। ଝିଅଟି ପ୍ରାୟ ୩ ମାସର ହେବ। ସ୍ଥାନୀୟ ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ ଖବର ପାଇ ସେଠାରେ ପହଞ୍ଚିଥିଲେ । ତେବେ ପିଲାଟି କାହାର, କେତେବେଳେ କଣ ପାଇଁ କିଏ ବାହାରେ ଫୋପାଡ଼ି ଦେଇଛି ତାହା ଜଣା ପଡିନାହିଁ । ରାତି ପ୍ରାୟ ୧୦ ପରର ଏହି ଘଟଣା ହୋଇଥିବା କାରଣରୁ ଅଧିକ କିଛି ଜଣା ପଡିନାହିଁ । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଆସନ୍ତା କାଲି ସକାଳେ ଘଟଣା ସମ୍ପର୍କରେ ସବିଶେଷ ଜଣା ପଡିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଯେହେତୁ କେହି ଦାବିଦାର ଆସି ନାହାନ୍ତି ତେଣୁ କୋରାପୁଟ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଛି । ସେମାନେ ଆସିଲେ ଶିଶୁଟିକୁ ତାଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.