୮ ଦିନ ଧରି ପାଳନ ହେବ ଦେଶ୍ କରମ୍ ପରବ୍ 

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧିନସ୍ଥ ଧାନବେଣୀ ଗାଁ ନିକଟ ପଡିଆରେ କୁଡୁମି ସମ୍ପ୍ରଦାୟ ପକ୍ଷରୁ ଦେଶ୍ କରମ୍ ପରବ୍ ୮ ଦିନ ଧରି ଧୁମଧାମ ସହକାରେ ପାଳନ ପାଳନ କରାଯିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ପରବ୍ ୩୧ ଅଗଷ୍ଟ ଠାରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବାର ବୈଠକରେ ନିଷ୍ପତ୍ତି ନିଆଯାଇଛି । କେନ୍ଦୁଝର ମୟୂରଭଞ୍ଜ, ଯାଜପୁର ଜିଲ୍ଲା ତଥା ବିଭିନ୍ନ ରାଜ୍ୟ ଗୁଡିକରେ ବସବାସ କରୁଥିବା ହଜାର ହଜାର କୁଡୁମି ସମ୍ପ୍ରଦାୟ ଲୋକ ଏହି ଦେଶ୍ କରମ୍ ପରବ୍ ରେ ଯୋଗ ଦେବାର ଲକ୍ଷ୍ୟ ରଖାଯାଇଛି। ତେବେ ଏହି ଦେଶ୍ କରମ୍ ପରବ୍ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପରିଚାଳନ କମିଟି ଗଠନ କରାଯାଇଛି। ଏଥିରେ ଅଧ୍ୟକ୍ଷ ଭାବେ ଜୟନ୍ତୀ ମହାନ୍ତ, ସାଧାରଣ ସମ୍ପାଦକ ଗୌରହରି ମହାନ୍ତ, କୋଷାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ମହାନ୍ତଙ୍କୁ ମନୋନୀତ କରାଯାଇଛି। ଏହି ପରବ୍ କୁ ସୁଚାରୁ ରୂପେ ପରିଚାଳନ କରିବା ପାଇଁ ସାହାରପଡା ଏବଂ ପାଟଣା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ସଭ୍ୟଙ୍କୁ ନେଇ କମିଟି ଗଠନ କରାଯାଇଛି। ଏହି ସଭାରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଦେଶ୍ କରମ୍ ପରବ୍ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନବୀନ କିଶୋର ମହାନ୍ତ, ସମ୍ମାନିତ ଅଥିତି ଭାବେ ମନୋଜ କୁମାର ମହାନ୍ତ, ସଚ୍ଚିଦାନନ୍ଦ ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ସହଦେଵ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଏବଂ ବିଜୟ କୁମାର ମହାନ୍ତ ଯୋଗ ଦେଇ ଦିଗଦର୍ଶନ ଦେଇଥିଲେ। ସର୍ବ ଶେଷରେ ଆଖଳାରେ ଲାୟାଙ୍କ ଦ୍ଵାରା ପୂଜା ଅର୍ଚନା କରି ଆଖଳା ସ୍ଥାପନା କରାଯାଇଥିଲା ଏବଂ ସମସ୍ତଙ୍କ ଉପସ୍ଥିତିରେ ଲୋକଙ୍କୁ ପାରମ୍ପରିକ ଲେଟ ପ୍ରସ୍ତୁତ କରି ଭୋଗ ଆକାରରେ ବଣ୍ଟନ କରାଯାଇଥିଲା। ଏଥିରେ ଧାନବେଣୀ ଗ୍ରାମର ଶରତ ମହାନ୍ତ, ଖଗେଶ୍ୱର ମହାନ୍ତ, ଦୈତାରୀ ମହାନ୍ତ, ଲଳିତ ମହାନ୍ତ, ତୁଳସୀ ମହାନ୍ତ, ଗୌରହରି ମହାନ୍ତଙ୍କ ସହ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ତେବେ ପୂର୍ବରୁ ରାଇରଙ୍ଗପୁର, ଯଶିପୁର, କାଦଡ଼ିହା, ଏବଂ ଗୋଜିଟାଙ୍ଗିରି ରେ ଦେଶ୍ କରମ୍ ପରବ୍ ଅନୁଷ୍ଠିତ ହୋଇଥିଲା।
kalyan agarbati

Comments are closed.