ଡେସ୍କ: କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ୨୦୨୬-୨୭ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ତୈଳବୀଜ ପାଇଁ ସର୍ବାଧିକ କ୍ୱିଣ୍ଟାଲ ପିଛା ୬୦୦ ଟଙ୍କା ଓ ମସୁର ପାଇଁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଛି।
ରେପସିଡ୍ ଏବଂ ସୋରିଷ, ଚଣା, ଯବ ଏବଂ ଗହମ ପାଇଁ ପ୍ରତି କ୍ୱିଣ୍ଟାଲ୍ ପିଛା ଯଥାକ୍ରମେ ୨୫୦ ଟଙ୍କା, କ୍ୱିଣ୍ଟାଲ୍ ପିଛା ୨୨୫ ଟଙ୍କା, କ୍ୱିଣ୍ଟାଲ୍ ପିଛା ୧୭୦ ଟଙ୍କା ଏବଂ ୧୬୦ ଟଙ୍କା ବୃଦ୍ଧି କରାଯାଇଛି।
| ୨୦୨୬-୨୭ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ | |||||
| ଫସଲ | ଏମଏସପି - Advertisement -
୨୦୨୬-୨୭ |
ଉତ୍ପାଦନ ଖର୍ଚ୍ଚ
୨୦୨୬-୨୭ |
ଖର୍ଚ୍ଚ ଠାରୁ ଅଧିକ ମାର୍ଜିନ୍ | ଏମଏସପି
୨୦୨୫-୨୬ |
ଏମଏସପିରେ ବୃଦ୍ଧି |
| ଗହମ | ୨୫୮୫ | ୧୨୩୯ | ୧୦୯ | ୨୪୨୫ | ୧୬୦ |
| ଯବ | ୨୧୫୦ | ୧୩୬୧ | ୫୮ | ୧୯୮୦ | ୧୭୦ |
| ଚଣା | ୫୮୭୫ | ୩୬୯୯ | ୫୯ | ୫୬୫୦ | ୨୨୫ |
| ମସୁର | ୭୦୦୦ | ୩୭୦୫ | ୮୯ | ୬୭୦୦ | ୩୦୦ |
| ରେପସିଡ୍ ଏବଂ ସୋରିଷ | ୬୨୦୦ | ୩୨୧୦ | ୯୩ | ୫୯୫୦ | ୨୫୦ |
| କୁସୁମ | ୬୫୪୦ | ୪୩୬୦ | ୫୦ | ୫୯୪୦ | ୬୦୦ |



