ଅଭିନେତ୍ରୀ ପଦ୍ମାଲକ୍ଷ୍ମୀ ହେଲେ ଜାତିସଂଘର ନୂଆ ଗୁଡ୍ ଉଇଲ ଆମ୍ବାସାଡ଼ର

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଟେଲିଭିଜନ ଅଭିନେତ୍ରୀ ତଥା ଖାଦ୍ୟ ବିଶେଷଜ୍ଞ ପଦ୍ମାଲକ୍ଷ୍ମୀ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ୟୁ.ଏନ୍.ଡି.ପି ଦ୍ୱାରା ଏହାର ନୂଆ ଗୁଡ୍ ଉଇଲ ଆମ୍ବାସାଡ଼ର ନିଯୁକ୍ତ ହୋଇଛନ୍ତି। ବିଶ୍ୱରେ ଅସମାନତା ଓ ପକ୍ଷପାତ ବିରୁଦ୍ଧରେ ଜାତିସଂଘର କାର୍ଯ୍ୟକୁ ସେ ସମର୍ଥନ କରିଆସୁଛନ୍ତି। ୟୁ.ଏନ୍.ଡି.ପି ପ୍ରଶାସକ ଅଚିମ ଷ୍ଟେନର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହା ଘୋଷଣା କରିଛନ୍ତି। ପଦ୍ମାଲକ୍ଷ୍ମୀ ଅସମାନତା ଓ ଭେଦଭାବ ଦୂର କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବେ। ସେ ସମ୍ବାଦଦାତାମାନଙ୍କୁ କହିଛନ୍ତି ଯେ ସେ ଧନୀ ଓ ଗରିବ ଉଭୟ ଦେଶ ଲୋକଙ୍କ ପାଇଁ କାର୍ଯ୍ୟ କରିବେ।