www.samajalive.in
Saturday, December 6, 2025
19.1 C
Bhubaneswar

କୋଇଲା ଚୋରି ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ

ସୁନ୍ଦରଗଡ଼ : ଲୋକଙ୍କ ସମ୍ପତ୍ତି ଲୁଟ୍‌ ହେଉଛି, ଜଙ୍ଗଲ ଧ୍ବଂସ ହେଉଛି, ଆପଣ ଏ ଦିଗରେ ଧ୍ୟାନ ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜନସାଧାରଣ ଓ ସମ୍ବଳକୁ ସୁରକ୍ଷା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା କୁସୁମ ଟେଟେ। ସୁନ୍ଦରଗଡ଼଼ ଜିଲାର ହେମଗିରି ବ୍ଲକରେ କୋଇଲା ଚୋରି ଘଟଣାରେ କୁସୁମ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜିଲାରେ ବଢ଼ି ଚାଲିଥିବା ଏଭଳି ଚୋରା ଚାଲାଣର ଚେର ଛତିଶଗଡ଼଼, ଝାଡ଼ଖଣ୍ଡ ସହ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶକୁ ଲମ୍ବିଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି । ଚୋରା ଚାଲାଣ ବଢ଼ୁଥିଲେ ମଧ୍ୟ ରୋକାଯାଇପାରୁ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖି ଏଭଳି କୋଇଲା ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋଇଲା ଚୋରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ଏଠାରେ ପ୍ରକାଶଥାଉକି ହେମଗିରି ବ୍ଲକ ଗୋପାଳପୁର ପଞ୍ଚାୟତ ତେଲେନଡିହି ଜଙ୍ଗଲରୁ ବେଆଇନ କୋଇଲା ଖଣି କରି ଚୋରା ଚାଲାଣ କରାଯାଉଥିବା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଖଣି ବିଭାଗ ପକ୍ଷରୁ ଏ ନେଇ ହେମଗିରି ଥାନାରେ ଏତଲା ଦିଆଯାଇଥିବାବେଳେ ତତ୍କାଳୀନ ହେମଗିରି ତହସିଲଦାରଙ୍କୁ ଜିଲାପାଳଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତିନିଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଜିଲାପାଳ କଡ଼ା ତାଗିଦା ରହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories