www.samajalive.in
Saturday, December 6, 2025
26.1 C
Bhubaneswar

ମିଆଁମାର ଭୂକମ୍ପ: ୩ ହଜାର ୪୭୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଧ୍ବଂସସ୍ତୁପ ତଳୁ ଚାଲିଛି ଜୀବନ ଖୋଜା

ୟାଙ୍ଗନ/ବ୍ୟାଙ୍କକ୍‌ : ମ୍ୟାଁମାରରେ  ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୩ ହଜାର ୪୭୧ରେ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪ହଜାର ୬୭୧ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୧୪ଜଣ ଏବେ ବି ନିଖୋଜ ରହିଛନ୍ତି। ୫,୨୦୦ ଘର, ୧୮୦୦ ସ୍କୁଲ, ୮,୯୦୦ ମନ୍ଦିର ମାଟିରେ ମିଶିଛି। ମିଆଁମାର ଭୂକମ୍ପରେ ୧୭୭ ହସ୍ପିଟାଲ, ୧୬୯ ବ୍ରିଜ, ୧୯୮ ଡ୍ୟାମ ନଷ୍ଟ ହୋଇଛି ବୋଲି ସୂଚନା ମିଳିଛି।

ଧ୍ବଂସସ୍ତୂପ ତଳେ ସହସ୍ରାଧିକ ଲୋକ ପୋତି ହୋଇପଡିଥିବାରୁ ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ମାଟିତଳୁ ଉଦ୍ଧାରକାରୀ ଦଳ ମୃତାହତଙ୍କୁ ଉଦ୍ଧାର କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଧ୍ବଂସସ୍ତୁପ ତଳୁ ଚାଲିଛି ଜୀବନ ଖୋଜା।  ଭୂକମ୍ପର ପ୍ରଭାବ ଏଭଳି ରହିଛି ଯେ, ଜନତା ଓ ସାମରିକ ସରକାର ଏକପ୍ରକାର କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡିଛନ୍ତି। ଚାରିଆଡେ ଶୁଭୁଛି ଆର୍ତ୍ତଙ୍କ ବିକଳ ଚିତ୍କାର। ଲୋଡା ପଡୁଛି ମାନବୀୟ ସହାୟତା। ଭୂକମ୍ପରୁ ବର୍ତ୍ତିଯାଇଥିବା ଜୀବନ ଏବେ ଅଧିକ କକର୍ଥନାଯୁକ୍ତ ହୋଇପଡିଛି।

- Advertisement -

 

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories