www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶାରେ ଖୁବ୍‌‌ଶୀଘ୍ର ଏଚ୍‌ସିଏଲ୍‌ ଟେକ୍‌‌ କ୍ୟାମ୍ପସ : ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଓଡ଼ିଶାରେ ଖୁବ୍‌‌ଶୀଘ୍ର ଏଚସିଏଲ ଟେକ୍‌‌ନୋଲୋଜିର କ୍ୟାମ୍ପସ ସ୍ଥାପନ ହେବ। ଏନେଇ ଏଚସିଏଲ ଟେକ୍‌‌ର ଏକ ଟିମ ରାଜ୍ୟଗସ୍ତ କରି କ୍ୟାମ୍ପସ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଜଣାପଡ଼ିଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ନୋଇଡ଼ା ସେକ୍ଟର ୧୨୬ ସ୍ଥିତ ଏଚସିଏଲ ଟେକ୍‌‌ କ୍ୟାମ୍ପସ ପରିଦର୍ଶନ କରିଛନ୍ତି। ଆଇଟି କ୍ଷେତ୍ରରେ ଓଡ଼ିଶାରେ ଉପଲବ୍ଧ ସୁବିଧାର ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏଚସିଏଲ ଟେକ୍‌‌ ଅଧ୍ୟକ୍ଷା ରୋଶନୀ ନାଦରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏଥିସହ ଜିସିସି, ଟେକ୍‌‌-ଇନୋଭେସନ ଏବଂ ହାଇଭ୍ୟାଲୁ ଜବ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ଏଚସିଏଲ ଟେକ୍‌‌ କ୍ୟାମ୍ପସ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ମାଝୀ ଏକ ନିମ ଚାରା ରୋପଣ କରିଥିଲେ। ଏଚସିଏଲ ଟେକ୍‌‌ କ୍ୟାମ୍ପସ ବୁଲି ଦେଖିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶାରେ ନିବେଶ ପାଇଁ ଏଚସିଏଲ ଟେକ୍‌‌ କର୍ତ୍ତୃପକ୍ଷଙ୍କୁ ଆମନ୍ତ୍ରଣ କରାଯାଇଛି। ଆଲୋଚନା ସକାରାତ୍ମକ ଥିଲା, ଭୁବନେଶ୍ୱରଠାରେ ଏଚସିଏଲ ଟେକ୍‌‌ର ଏକ କ୍ୟାମ୍ପସ ଏବଂ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ଖୁବ୍‌‌ଶୀଘ୍ର ଏଚସିଏଲ ଟେକ୍‌‌ କର୍ତ୍ତୃପକ୍ଷ ଓଡ଼ିଶା ଆସିବା ସଙ୍କେତ ଦେଇଛନ୍ତି। ଏଥିସହ ଏଚସିଏଲ ଟେକ୍‌‌ ଅଧ୍ୟକ୍ଷାଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରତିନିଧି ଦଳରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟସଚିବ ମନୋଜ ଆହୁଜା ପ୍ରମୁଖ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories