www.samajalive.in
Friday, December 5, 2025
26.1 C
Bhubaneswar

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ

ଭୁବନେଶ୍ୱର : ରାଜ୍ୟର ବିକାଶରେ ସାମିଲ ପାଇଁ ଗରିବ ଏବଂ ପଛୁଆ ଯୋଗ୍ୟ ପରିବାରଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪,୧୨,୫୪୮ଯୋଗ୍ୟ ପରିବାରକୁ ଏସଏଚଜିରେ ସାମିଲ କରାଯାଇଥିଲା। ଏହି ଅଭିଯାନରେ ୧୦୮ଟି ଦିବ୍ୟାଙ୍ଗ ଏସଏଚଜି ଗଠିତ ହୋଇଛି। ଏଥିରୁ ବାଦ୍‌ପଡ଼ିଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରିବା ପାଇଁ ଓଡ଼ିଶା ଜୀବିକା ମିଶନ ଅନ୍ତର୍ଭୁକ୍ତ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ଅଭିଯାନରେ ସମସ୍ତ ଗ୍ରାମୀଣ ପରିବାର ଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଏବଂ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘରେ ସାମିଲ କରାଯିବ। ଅଭିଯାନରେ ସେମାନଙ୍କର ଦକ୍ଷତା ବୃଦ୍ଧି, ଆର୍ଥିକ ଅନୁଦାନ, ସହଜ ଋଣ ପ୍ରଦାନ, ଜୀବିକା ବିକାଶ ପାଇଁ ପ୍ରୋତ୍ସାହନ, ଉତ୍ପାଦର ମାନବୃଦ୍ଧି ଏବଂ ବଜାର ସଂଯୋଗୀକରଣ ଇତ୍ୟାଦି ସୁବିଧା ପ୍ରଦାନ କରାଯାଉଛି। ପ୍ରକାଶ ଯେ, ୨୦୨୫ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଥମ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣର ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୂର୍ବରୁ ଗଠିତ ହୋଇଥିବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ପୁନର୍ଗଠନ କରାଯିବ। ଚଳିତ ମାସରେ ଏହା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏଥିରେ ଜିପିଏଲଏଫ, ସିପିଏଲ, ବିଏଲଏଫଙ୍କୁ ଜିଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ପୂର୍ବ ସରକାରରେ ବହୁ ମହିଳା ଏସ୍‌ଏଚ୍‌ଜିରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ। ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଏସଏଚଜି ସହିତ ଯୋଡ଼ିଥିଲେ। ବର୍ତ୍ତମାନ ସମସ୍ତଙ୍କୁ ଜିପିଏଲ ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ। ରାଜ୍ୟ ସରକାର ସବୁ ଘରକୁ ମିଶନ ଶକ୍ତିରେ ଯୋଡ଼ିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀରେ ଦୀର୍ଘବର୍ଷ ଧରି ରହିଥିବା ସଭାପତି ଓ ସମ୍ପାଦକ ପରିବର୍ତ୍ତନ କରାଯିବ। ନୂଆ ମହିଳାଙ୍କୁ ଏହି ପଦରେ ବସିବାକୁ ସୁଯୋଗ ମିଳିବ। ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories