www.samajalive.in
Sunday, December 14, 2025
19.1 C
Bhubaneswar

ଫେରାର ହେବାକୁ ଚେଷ୍ଟା ବେଳେ ଅଦାଲତ ଛାତରୁ  ପଡ଼ି କଏଦୀ ଆହତ

ସୁନ୍ଦରଗଡ଼:  ମଙ୍ଗଳବାର ମଧ୍ୟାହ୍ନରେ ଜିଲା କୋର୍ଟର ପ୍ରଥମ ମହଲାରୁ ପଡ଼ି ଜୈନିକ ବିଚାରଧୀନ କଏଦୀ ଆହତ ହୋଇଛି । ବିଚାରଧୀନ କଏଦୀଙ୍କୁ ଅଦାଲତରେ ହାଜର କରିବାକୁ ଆଣାଯାଇଥିଲା । ସେ  ଫେରାର ହେବାକୁ ଉଦ୍ୟମ କରି ଖସିପଡ଼ିଥିବା ତାଙ୍କ ସହ ଥିବା ପୁଲିସ କର୍ମଚାରୀ ଥାନାରେ ଏତଲା ଦେଇଛନ୍ତି । ଆହତ କଏଦୀଙ୍କୁ ଚିକିତ୍ସ ପାଇଁ ସୁନ୍ଦରଗଡ଼ ସଦର ହସ୍ପିଟାଲରେ ଭର୍ତ୍ତ କରାଯାଇଛି  ।

ପୁଲିସ ସୂତ୍ରରୁ ପ୍ରକାଶ, ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲାର ବିଚାରଧିନ କଏଦୀ ସୁନିଲ ଲାକ୍ରାର ମଙ୍ଗଳବାରରେ ତାରିଖ ଥିବାରୁ ଅନ୍ୟ ବିଚାରଧିନ କଏଦୀଙ୍କ ସହ ତାଙ୍କୁ ମଧ୍ୟ ଜିଲା କୋର୍ଟରେ ହାଜର କରାଯିବାକୁ ଅଣାଯାଇଥିଲା । ଜିଲା କୋର୍ଟର ପ୍ରଥମ ମହଲା ବାରଣ୍ଡାରେ ନିଜ ପରିବାର ବର୍ଗଙ୍କ ସହ କଥା ହେଉଥିବା ବେଳେ ହଠାତ ପରିଶ୍ରା ଯିବି ବୋଲି କହି ପ୍ରଥମ ମହଲା ବାରଣ୍ଡାରେ ଦିଆଯାଇଥିବା କାନ୍ଥ ଉପରୁ ଡ଼େଇଁ ପଡିଥିଲା । ସେ ତଳେ ଥିବା ଏକ ମଟର ସାଇକେଲ ଉପରେ ପଡିଥିଲା ତେବେ ସୁରକ୍ଷାରେ ଅବହେଳା ଯୋଗୁଁ ସେ ଫେରାର ହେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories