www.samajalive.in
Saturday, December 13, 2025
21.1 C
Bhubaneswar

ବୁଧବାରରୁ ବସ୍‌ ଧର୍ମଘଟ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ପରିପ୍ରେକ୍ଷୀରେ ମଙ୍ଗଳବାର ସଂଧ୍ୟାରେ ସରକାର ଓ ବସ୍‌ ମାଲିକ ସଂଘ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଫଳରେ ସଂଘ ନିଜ ଜିଦ୍‌ରେ ଅଟଳ ରହିବା ସହିତ ବୁଧବାର ସକାଳୁ ବସ୍‌ ଧର୍ମଘଟ ଆରମ୍ଭ କରିବାକୁ ଯାଉଛି। ଫଳରେ ଆସନ୍ତା କାଲି ରାଜ୍ୟର ୧୭ ହଜାର ବସ୍‌ ଗଡିବ ନାହିଁ। ଆଜି ଆଲୋଚନା ସମୟରେ ପରିବହନ ବିଭାଗ ସଂଘର ପ୍ରାୟ ସମସ୍ତ ଦାବି ପୂରଣ ପାଇଁ ସହମତି ପ୍ରକାଶ କରିଥିବାବେଳେ ସହର ବାହାରେ ସିଟିବସ୍‌ ଚଳାଚଳ ବନ୍ଦ କରିବା ପାଇଁ କୌଣସି ନିଷ୍ପତ୍ତି ହୋଇ ପାରି ନଥିଲା। ଆସନ୍ତାକାଲି ସଚିବାଳୟରେ ପୁଣି ଥରେ ସଂଘ ସହିତ ଆଲୋଚନା କରାଯିବ।

ହସ୍ତଗତ ସୂଚନା ଅନୁସାରେ ବସ୍‌ ଧର୍ମଘଟ ଡାକରାକୁ ଦୃଷ୍ଟିରେ ରଖି ଆଜି ପରିବହନ ବିଭାଗ ବସ୍‌ ମାଲିକ ସଂଘକୁ ମନାଇବା ପାଇଁ ଉଦ୍ୟମ କରିଥିଲା। ସଚିବାଳୟରେ ଆଲୋଚନା ସମୟରେ ପରିବହନ ମନ୍ତ୍ରୀ ଡା ନୃସିଂହ ଚରଣ ସାହୁ ଓ ସଚିବ ସଂଘର ୧୪ ଦଫା ଦାବି ମଧ୍ୟରୁ ଅନେକ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜିର ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହି ନପାରିବାରୁ ରାଜପଥରେ ସିଟିବସ୍‌ ଚଳାଚଳ ବନ୍ଦ କରିବା ଦାବି ସମ୍ପର୍କରେ ଆଲୋଚନା ହୋଇ ପାରିନଥିଲା। ଏହା ସଂଘର କିଛି ପ୍ରମୁଖ ଦାବି ମଧ୍ୟରୁ ଅନ୍ୟତମ। ତେଣୁ ଆସନ୍ତା କାଲି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ପୁଣିଥରେ ଆଲୋଚନା ହେବା ବୋଲି କୁହାଯାଇ ଥିଲା। କିନ୍ତୁ ପରେ ସଂଘର ଏକ ଜରୁରୀ ବୈଠକରେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯିବା ସହିତ ପୂର୍ବ ଘୋଷଣା ଅନୁସାରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏସମ୍ପର୍କରେ ଘରୋଇ ବସ୍‌ ମାଲିକ ସଂଘ ମୁଖ୍ୟପାତ୍ର ଦେବାଶିଷ ନାୟକ କହିଛନ୍ତି, ଆଜିର ଆଲୋଚନା ବିଫଳ ହୋଇ ନାହିଁ।

- Advertisement -

ବରଂ ସରକାର ଆମର ଅଧିକାଂଶ ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି। କିନ୍ତୁ ସିଟିବସ୍‌ ଚଳାଚଳ ନେଇ କୌଣସି ଆଲୋଚନା ହୋଇ ନପାରିବା ଦୁଖର ବିଷୟ। ତେଣୁ ଆମେ ବୁଧବାର ଠାରୁ ରାଜ୍ୟର ୧୭ ହଜାର ବସ୍‌ର ଚଳାଚଳ ବନ୍ଦ କରିବୁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଏହା ସତ୍ତ୍ୱେ ଆସନ୍ତା କାଲି ଆମେ ନଗର ଉନ୍ନୟନ ଓ ପରିବହନ ବିଭାଗ ମନ୍ତ୍ରୀ ତଥା ସଚିବଙ୍କ ସହ ଆଲେଚନା କରିବୁ ଏବଂ ଏହା ପରେ ଯାଇ ପରବର୍ତ୍ତି ନିଷ୍ପତ୍ତି ହେବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories