www.samajalive.in
Monday, December 15, 2025
26.1 C
Bhubaneswar

ନିନ୍ଦା ପ୍ରସ୍ତାବରୁ ଭାରତ ବିରତ

ଜାତିସଙ୍ଘ: ଜାତିସଙ୍ଘ ସୁରକ୍ଷା ପରିଷଦରେ ଆମେରିକା କିମ୍ବା ରୁଷ୍; ଯେ କୌଣସି ଗୋଟିଏ ଦେଶକୁ ଆଜି ଭାରତ ସମର୍ଥନ କରିବାର ଥିଲା। ଏଥିରେ ଭାରତ ପରୋକ୍ଷରେ ରୁଷ୍‌କୁ ସମର୍ଥନ କରିଛି। ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣକୁ ନେଇ ଶନିବାର ଆଗତ ନିନ୍ଦା ପ୍ରସ୍ତାବ ଉପରେ ଭାରତ ମତଦାନରୁ ଓହରି ଯାଇଛି। ଭାରତ ପୂରା ଘଟଣା ଉପରେ ଚିନ୍ତା ପ୍ରକଟ କରି କହିଛି, ଆଲୋଚନା ଓ କୂଟନୀତି ମାଧ୍ୟମରେ ଏହି ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ। ଜାତିସଙ୍ଘରେ ଭାରତର ପ୍ରତିନିଧି ଟି. ଏସ.ତିରୁମୂର୍ତ୍ତି କହିଛନ୍ତି, ଉଭୟ ଦେଶ କୂଟନୈତିକ ପନ୍ଥା ପରିହାର କରିବା ବଡ଼ ଦୁଃଖର କଥା ା ଶାନ୍ତି ପାଇଁ ଆମକୁ ଆଲୋଚନାକୁ ଫେରିବାକୁ ପଡ଼ିବ। କୂଟନୀତି ଓ ଆଲୋଚନାକୁ ଉଭୟ ଦେଶ ଗୁରତ୍ବ ଦେଇ ନଥିବାରୁ ଭାରତ ଏହି ମତଦାନରୁ ବିରତ ରହିଥିବା ତିରୂମୂର୍ତ୍ତି କହିଛନ୍ତି।

ଜାତିସଙ୍ଘର ସିଦ୍ଧାନ୍ତ ଅନୁଯାୟୀ ସମସ୍ତ ସଦସ୍ୟ ଦେଶ ଶାନ୍ତିକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଦେଶ-ଦେଶ ମଧ୍ୟରେ ଆଲୋଚନା ହିଁ ମତଭେଦକୁ ଦୂର କରିବାରେ ସମର୍ଥ ହେବ। ୟୁକ୍ରେନ୍‌ ଘଟଣାରେ ଭାରତ ଗଭୀର ମର୍ମାହତ। ହିଂସା ଛାଡ଼ି ଉଭୟ ରୁଷ୍‌ ଓ ୟୁକ୍ରେନ୍‌ ପରସ୍ପର ଆଲୋଚନା କରିବେ ବୋଲି ଭାରତ ଆଶାବାଦୀ ଥିବା ସେ କହିଛନ୍ତି। ଭାରତ ପରି ରୁଷ୍‌ର ମିତ୍ର ରାଷ୍ଟ୍ର ଚୀନ୍‌ ଓ ସଂଯୁକ୍ତ ଆରବ ଏମିରେଟ୍ସ ମତଦାନରୁ ଓହରି ଯାଇଛନ୍ତି। ତେବେ ଆମେରିକା, ବ୍ରିଟେନ, ଫ୍ରାନ୍ସ ପରି ସୁରକ୍ଷା ପରିଷଦର ସ୍ଥାୟୀ ଦେଶ ଓ କେନିଆ, ନରୱେ, ଆୟର୍ଲ୍ୟାଣ୍ଡ, ଉଲ୍‌ବେନିଆ, ଗିବନ, ମେକ୍ସିକୋ, ବ୍ରାଜିଲ ଓ ଘାନା ଆଦି ଅସ୍ଥାୟୀ ଦେଶ ରୁଷ୍‌ ବିରୋଧରେ ମତଦାନ କରିଥିଲେ।

- Advertisement -

ଏହି ନିନ୍ଦା ପ୍ରସ୍ତା ଉପରେ ସୁରକ୍ଷା ପରିଷଦର ୧୦ ଅସ୍ଥାୟୀ ଓ ୫ସ୍ଥାୟୀ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଜଣେ ମାତ୍ର ରାଷ୍ଟ୍ର ରୁଷ୍‌କୁ ସମର୍ଥନ କରିଥିବାବେଳେ ୧୧ ଜଣ ବିରୋଧ କରିଥିଲେ ଓ ୩ ଜଣ ମତଦାନରୁ ଓହରି ଯାଇଥିଲେ। ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନରେ ପ୍ରସ୍ତାବଟି ଗୃହୀତ ହୋଇଥିଲେ ମଧ୍ୟ ରୁଷ୍‌ର ଭିଟୋ ପ୍ରୟୋଗ ଯୋଗୁଁ ପ୍ରସ୍ତାବଟି କାଟ ଖାଇଯାଇଛି। ଭାରତ ମତଦାନରୁ ଓହରି ଯିବା ପରେ ଆମେରିକା ପ୍ରତିକ୍ରିୟା ପ୍ରକାଶ କରି କହିଛି, ଭାରତର ଦୁର୍ବଳତାକୁ ଆମେ ହୃଦୟଙ୍ଗମ କରିଛୁ। ରୁଷ୍‌ ସହ ଏହାର ନିବିଡ଼ ସମ୍ପର୍କ ଅଛି। ଆମ ସ୍ବାର୍ଥ ମଧ୍ୟ ଭାରତ ସହ ଜଡ଼ିତ ରହିଛି। ତେଣୁ ଭାରତକୁ ଏଥିପାଇଁ ଆମେ ସମାଲୋଚନା କରିବୁ ନାହିଁ ବୋଲି ଆମେରିକା କହିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories