ପୁଲିସର ମୃଦୁ ଲାଠି ଚାଳନା, ରାସ୍ତା ରୋକ ପାଇଁ ୧୪୪ ଧାରା ଜାରି

ଉମରକୋଟ: ଉମରକୋଟ ସହରରେ ମୃତଦେହକୁ ସ୍ମଶାନ ନ ମିଳିବା ଘଟଣା। ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ପରେ ୧୪୪ ଧାରା ଜାରି କରାଯାଇଛି। ୪୮ ଘଣ୍ଟା ପାଇଁ ଉମରକୋଟ ସହରରେ ୧୪୪ ଧାରା ଜାରି କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଥିବାବେଳେ ସେଠାରେ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି। ଡିଏନକେରେ ରାସ୍ତାରୋକରୁ ହଟିଲେ ଏକତାଗୁଡ଼ା ଗ୍ରାମବାସୀ।

prayash

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଉମରକୋଟ ଡଙ୍ଗରି ସାହିର ଯୁବତୀ ପୁଷ୍ପାଞ୍ଜଳି ବାଘଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ସଂସ୍କାର ପାଇଁ ପରିବାର ଲୋକେ ଦୁଇଟି ମଶାଣି ବୁଲିଥିଲେ ମଧ୍ୟ ନିରାଶ ହୋଇଥିଲେ। ସାହି ଭାଇ କହିଥିଲେ ସେମାନେ ଖ୍ରୀଷ୍ଟିଆନ, ଆଉ ଖ୍ରୀଷ୍ଟିଆନ କହିଥିଲେ ସେମାନେ ଧର୍ମାନ୍ତରିତ ଖ୍ରୀଷ୍ଟିଆନ, ତେଣୁ ଶ୍ମଶାନରେ ସ୍ଥାନ ମିଳିବ ନାହିଁ। ଅନ୍ୟ ଉପାୟ ନପାଇ ପରିବାର ଲୋକେ ଶବକୁ ଧରି ରାସ୍ତାରୋକ କରିଥିଲେ। ଏହାପରେ ପ୍ରଶାସନର ସହାୟତାରେ ଏକଟାଗୁଡା ନିକଟ ରାସ୍ତାକଡରେ ମୃତଦେହକୁ ପୋତି ଦିଆଯାଇଥିଲା।
ଅନ୍ତିମ ସଂସ୍କାର ପରେ ଏକଟାଗୁଡା ବାସିନ୍ଦା ଓ ହିନ୍ଦୁ ସଂଗଠନ ମୃତଦେହକୁ ରାସ୍ତାକଡରୁ ହଟାଇବାକୁ ଦାବି କରି ଶୁକ୍ରବାର ରାତିରୁ ରାସ୍ତାରୋକ କରିଛନ୍ତି। ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶ୍ମଶାନ ବିବାଦର ସମାଧାନ ପାଇଁ ଉମରକୋଟ ତହସିଲ କାର୍ଯ୍ୟାଳୟରେ ବୈଠକ ହୋଇଛି। ହେଲେ ସମାଧାନର ରାସ୍ତା ଫିଟି ନାହିଁ।

kalyan agarbati

Comments are closed.