ପୁଣି ୟୁକ୍ରେନକୁ ଆମେରିକା ଦେବ ଆର୍ଥିକ ସହାୟତା
ୱାସିଂଟନ୍: ଜାରି ରହିଛି ୟୁକ୍ରେନ୍ ରୁଷ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ଚାଲିଥିବା ଯୁଦ୍ଧରେ ଉଭୟ ଦେଶର ଅନେକ କ୍ଷୟକ୍ଷତି ହେଲାଣି । ଅନେକ ସୈନିକଙ୍କ ସହ ବହୁ ସାଧାରଣ ଲୋକଙ୍କ ଜୀବନ ଗଲାଣି । ଏପରି ସମୟରେ ୟୁକ୍ରେନ୍ ସହ ଆମେରିକା ବାରମ୍ବାର ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ୟୁକ୍ରେନକୁ ଆମେରିକା ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ପୁଣି ବର୍ତ୍ତମାନ ଆମେରିକା ୟୁକ୍ରେନକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ଏନେଇ ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ୍ ଘୋଷଣା କରିଥିବା ବେଳେ ୟୁକ୍ରେନ୍କୁ ୮ଶହ ମିଲିୟନ ଡଲାର ଦେବାକୁ କହିଛନ୍ତି ବାଇଡେନ୍ । ଏ ବାବଦରେ ଜେଲେନସ୍କିଙ୍କ ସହ ଆଲୋଚନା ପରେ ଆମେରିକା ଏହି ସହୟତା ଦେବ ବୋଲି କହିଛି । ତାହା ସହ ୟୁକ୍ରେନ୍ ସହିତ ଆମେରିକା ସଦାସର୍ବଦା ଛିଡ଼ା ହେବାକୁ କହିଛି ଆମେରିକା ।
Comments are closed.