ନୂଆଦିଲ୍ଲୀ : କ୍ୟାବ୍ ଏଗ୍ରିଗେଟର କମ୍ପାନୀ ଉବର ଏକ ବିବାଦରେ ଛନ୍ଦି ହୋଇଯାଇଛି । ଗତ କିଛି ଦିନ ଧରି ଯେବେ ଉବର ଉପଭୋକ୍ତା କ୍ୟାବ୍ ବୁକ୍ କରିବା ପାଇଁ ସର୍ଚ୍ଚ କରୁଛନ୍ତି ତେବେ ତାଙ୍କୁ ଆଗୁଆ ଟିପ୍ସ ଦେବା ପାଇଁ ଅନୁରୋଧ କରୁଛି କମ୍ପାନୀ । ଆପର ସୂଚନା ଅନୁସାରେ ଏହି ଟିପ୍ସ ରାଶି କ୍ୟାବ୍ ଚାଳକଙ୍କୁ ପ୍ରଦାନ କରାଯାଉଛି । ତେବେ ଆଗୁଆ ଟିପ୍ସ ମାଗିବା ସମ୍ପୂର୍ଣ୍ଣ ରୂପେ ଭୁଲ୍ ଦର୍ଶାଇ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ଉବରକୁ ନୋଟିସ୍ ଜାରି କରିଛି । କେନ୍ଦ୍ରୀୟ ଉପଭୋକ୍ତା ମାମଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏହି ମାମଲାକୁ ଗୁରୁତର ସହ ନେଇ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏହାର ସୂଚନା ଦେଇଛନ୍ତି ।
The practice of ‘Advance Tip’ is deeply concerning. Forcing or nudging users to pay a tip in advance, for faster service is unethical and exploitative. Such actions fall under unfair trade practices. Tip is given as a token of appreciation not as a matter of right, after the… pic.twitter.com/WaPH26oT9G
— Pralhad Joshi (@JoshiPralhad) May 21, 2025
ସେ ଲେଖିଛନ୍ତି ଯେ ଆଗୁଆ ଟିପ୍ସ ପ୍ରଥା ଚିନ୍ତାଜନକ । ତ୍ବରିତ ସେବା ପାଇବା ପାଇଁ ଉପଭୋକ୍ତାଙ୍କୁ ଆଗୁଆ ଟିପ୍ସ ମାଗିବା କେବଳ ଅନୈତିକ ନୁହେଁ ବରଂ ଏହା ଅନୁଚିତ ବ୍ୟାପାର ପରିସରରେ ଆସିଥାଏ । ଏହାକୁ ଗ୍ରାହକ ନିଜ ଇଛା ଅନୁସାରେ ଦେବେ, ଏଥିପାଇଁ ବାଧ୍ୟ କରାଯାଇପାରିବ ନାହିଁ । ଉବର ସୂଚନା ଅନୁସାରେ ଏହି ଟିପ୍ସ ରାଶି ସମ୍ପୂର୍ଣ୍ଣ ରୂପେ ଚାଳକଙ୍କୁ ମିଳିଥାଏ ଏବଂ ଥରେ ଏହାକୁ ଯୋଡିବା ପରେ ପରିବର୍ତ୍ତନ କରିହେବନାହିଁ । ପ୍ରହ୍ଲାଦ ଯୋଶୀ ଜଣାଇଛନ୍ତି କି ସେ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି ଏବଂ ସିସିପିଏକୁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସିସିପିଏ ଉବରକୁ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମାଗିଛି ।



