www.samajalive.in
Monday, December 15, 2025
24.1 C
Bhubaneswar

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ, ମୌସୁମୀ ଶେଷ ହେଲେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଥିବା ନେଇ ସୂଚନା ଦିଆଯାଇଛି । ସଅଳ ମୌସୁମୀ ଆସୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଛନ୍ତି । ଜୁନ୍‌ ୨୩ ତାରିଖରେ ଉପନିର୍ବାଚନ ନେଇ ଘୋଷଣା ହୋଇଥିଲା । ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ  ହୋଇଥାଆନ୍ତା। ମୌସୁମୀ ଶେଷ ହେଲେ ପୁଣିଥରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜି ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯିବା ନେଇ ରାଜ୍ୟ ନିର୍ବାଚନ ଆୟୁକ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ବୋଲି ସୂଚନା  ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି।

ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଜାରି କରିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଖାଲିଥିବା ୧୦୪୩ ୱାର୍ଡ ମେମ୍ବର ପଦ, ୪୩ ସରପଞ୍ଚ ପଦ, ୪୦ ସମିତି ସଭପରିଷଦ ସଭ୍ୟପଦ ପୂରଣ ପାଇଁ ଉପ-ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନିମନ୍ତେ ତାରିଖ ୨୦.୦୫.୨୦୨୫ ନିର୍ବାଚନ କମିଶନ ତରଫରୁ ନୋଟିସ୍ ଜାରି କରାଯାଇଥିଲା। ନିର୍ବାଚନ ପ୍ରକିୟା ତା ୨୨.୦୫.୨୦୨୫୧ ଆରମ୍ଭ ହୋଇ ୨୫.୦୬.୨୦୨୫ ରେ ଶେଷ ହେବାର ଥିଲା।

- Advertisement -

ଉପରୋକ୍ତ ବିଜ୍ଞପ୍ତି ପ୍ରକାଶନ ଉପରାନ୍ତେ ଉକ୍ତ ନିର୍ବାଚନ ପ୍ରକ୍ରିୟାରେ ସଂଶ୍ଳିଷ୍ଟ ଥିବା ଜିଲା ଅଧିକାରୀମାନଙ୍କ ପାଖରୁ ଏବଂ ସର୍ବ ସାଧାରଣ ତଥା ଯେଉଁମାନେ ଆଶାୟୀ ପ୍ରାର୍ଥୀ ସେମାନଙ୍କ ପାଖରୁ ମତାମତ ଆସିଲା ଯେ ଏ ବର୍ଷ ମୌସୁମୀ ଅନ୍ୟ ବର୍ଷ ତୁଳନାରେ ଅଧ‌ିକ ସକ୍ରିୟ ହୋଇ ନିକଟ ଭବଷ୍ୟତରେ ସମ୍ଭାବନା ଥୁବାରୁ ନିର୍ବାଚନ ପ୍ରକ୍ରିୟା ଉତ୍ତମ ରୂପେ ପରିଚାଳିତ ହୋଇପାରିବ ନାହିଁ ।  ସର୍ବସାଧାରରଙ୍କ ମତାମତ ଜାଣି ରାଜ୍ୟ ନିର୍ବାଚନ କମିଶନ ମୌସୁମୀ ଜନିତ ବର୍ଷା ଆଗମନର ଏକ ରିପୋର୍ଟ ପାଣିପାଗ ନିର୍ଦେଶାଳୟରୁ ମଗାଇଲେ ଯାହା ଦର୍ଶାଇଲା ଯେ ମୌସୁମୀ ଜନିତ ବର୍ଷା କେରଳ ରାଜ୍ୟକୁ ୦୩-୦୪ ଦିନରେ ଛୁଇଁବାର ସମ୍ଭାବନା ରହିଛି। ଏହି ପରିସ୍ଥିତି ଦକ୍ଷିଣ ଏବଂ ମଧ୍ୟ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର ପୂର୍ବ ରାଜ୍ୟମାନଙ୍କର କିଛିକାଂଶ ରେ ମଧ୍ୟ ପରିଦୃଷ୍ଟ ହେବ।

ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ଏ ସମ୍ବନ୍ଧରେ ପୁନଶ୍ଚ ବିଚାର କରି ନିର୍ବାଚନ ପ୍ରକିୟାର ସୁପରିଚାଳନା ତ‌ଥା ସୁସମାପନ ପାଇଁ ବର୍ତ୍ତମାନ ଉପ-ନିର୍ବାଚନ ସମ୍ବନ୍ଧୀୟ ବିଜ୍ଞପ୍ତିକୁ ରଦ୍ଦ କଲେ ଏବଂ ଏହା ବର୍ଷା ଋତୁ ପରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଜୁନ ୨୩ରେ ୪୩ ପଞ୍ଚାୟତରେ ଉପନିର୍ବାଚନ ହୋଇଥାନ୍ତା । ୩ ଜିଲାର ୫ ପଞ୍ଚାୟତରେ ଜିଲା ପରିଷଦ ପାଇଁ ବି ଉପନିର୍ବାଚନ ହୋଇଥାନ୍ତା । ଏଥିସହ ୨୧ ଜିଲାର ୪୦ ପଞ୍ଚାୟତ ସମିତି ସଭ୍ୟ ଓ ୨୭୨ ୱାର୍ଡସଭ୍ୟ ପାଇଁ ମଧ୍ୟ ଭୋଟ୍ ପଡିଥାନ୍ତା ।

ଜୁନ ୨୩ ତାରିଖରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଦିନ ୧ଟା ସରିଥାନ୍ତା । ଏଥିପାଇଁ ୨୬ରୁ ୩୧ ମେ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ ଏବଂ ଜୁନ୍ ୨୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories