www.samajalive.in
Tuesday, December 9, 2025
26.1 C
Bhubaneswar

୧୯ ବର୍ଷରୁ କମ୍‍ ଏସିଆ କପ୍‍ କ୍ରିକେଟ : ଭାରତ-ଶ୍ରୀଲଙ୍କା ଫାଇନାଲ

ଢାକା : ଏଠାରେ ଚାଲିଥିବା ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‍ ଖେଳାଯିବ। ଏଥିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଗୁରୁବାର ବାଂଲାଦେଶକୁ ପ୍ରଥମ ସେମିଫାଇନାଲରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ଶୁକ୍ରବାର ୨ୟ ସେମିଫାଇନାଲ ମ୍ୟାଚ୍‍ରେ ଆଫ୍‍ଗାନିସ୍ତାନକୁ ୩୧ ରନ୍‍ରେ ଶ୍ରୀଲଙ୍କା ପରାସ୍ତ କରିଛି।
୨ୟ ସେମିଫାଇନାଲରେ ନୁୱାନିଡୋ ଫର୍ଣ୍ଣାଣ୍ଡୋଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୬ ୱିକେଟରେ ୨୦୯ ରନ୍‍ କରିଥିଲା। ପରେ ଆଫ୍‍ଗାନିସ୍ତାନ ୪୮.୩ ଓଭରରେ ୧୭୮ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ଟସ୍‍ ଜିତି ଆଫ୍‍ଗାନିସ୍ତାନ ଫିଲ୍‍ଡିଂ ନେବା ପରେ ଶ୍ରୀଲଙ୍କା ୪୨ ରନ୍‍ରେ ୪ଟି ୱିକେଟ ହରାଇଥିଲା। ପରେ ନୁୱାନିଡୋ ଫର୍ଣ୍ଣାଣ୍ଡୋ ଗୋଟିଏ ପଟେ ଇନିଂସ ସମ୍ଭାଳିଥିଲେ। ସେ ୧୧୧ ରନ୍‍ କରିଥିବା ବେଳେ ଅଧିନାୟକ ନିପୁଣ ଧନଞ୍ଜୟ ୨୭, କଳନା ପରେରା ୨୨ ଓ ପାସିନ୍ଦୁ ସୁରିୟାବନ୍ଦାରା ୧୯ ରନ୍‍ କରିଥିଲେ। ଆଫ୍‍ଗାନିସ୍ତାନର ଅବ୍‍ଦୁଲ ରେହ୍‍ମାନ ୩ଟି ୱିକେଟ ପାଇଥିଲେ। ପରେ ଆଫ୍‍ଗାନିସ୍ତାନ ପାଇଁ ଅଧିନାୟକ ରେହମତୁଲ୍ଲା ଗୁର୍‍ବାଜ ସର୍ବାଧିକ ୪୬ ରନ୍‍ କରିଥିବା ବେଳେ ଇଜାଜ୍‍ ୩୭, ବସିର ଖାଁ ୨୭, ଆରିଫ୍‍ ଖାଁ ୨୦ ରନ୍‍ କରିଥିଲେ ହେଁ ଦଳ ପରାସ୍ତ ହୋଇଥିଲା। ଶ୍ରୀଲଙ୍କାର ଶଶିକା ଦୁଲ୍‍ସାନ ୪ଟି ଏବଂ କଲ୍‍ହାର ସେନାରତ୍ନେ ଓ ନଭୋଦ୍‍ ପରନବିତାନା ୨ଟି ଲେଖାଏଁ ୱିକେଟ ନେଇଥିଲେ। ନୁୱାନିଡୋ ଫର୍ଣ୍ଣାଣ୍ଡୋ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories