ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଜରିମାନା ଗଣିଲେ ଦୁଇ ମହିଳା ପୁଲିସ କର୍ମଚାରୀ

ମୁମ୍ବଇ – ବିନା ହେଲମେଟ୍‌ରେ ସ୍କୁଟି ଚଳାଇ ଦୁଇ ଜଣ ମହିଳା ପୁଲିସ କନେଷ୍ଟବଳ ଜରିମାନା ଗଣିଛନ୍ତି । ଏହି ଦୁଇ ମହିଳା ପୁଲିସ କର୍ମଚାରୀଙ୍କ ଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । କିଛି ଦିନ ତଳେ ଜଣେ ଯୁବକ ଏମାନଙ୍କ ଫଟୋ ଉତ୍ତୋଳନ କରି ମୁମ୍ବଇ ପୁଲିସକୁ ଟ୍ୟାଗ କରିବା ସହ ମହିଳା ପୁଲିସ କର୍ମଚାରୀ କିପରି ବିନା ହେଲମେଟ୍‌ରେ ସ୍କୁଟି ଚଳାଉଛନ୍ତି ସେ ନେଇ ପ୍ରଶ୍ନ ଉଠାଇଥିଲେ ।

ଏହାକୁ ଖୋଲାଖୋଲି ଭାବେ ଟ୍ରାଫିକ ନିୟମର ଉଲ୍ଲଘଂନ ବୋଲି କହିଥିଲେ । ଏହି ଟ୍ୱିଟର ଜବାବରେ ମୁମ୍ବାଇ ପୁଲିସ ପକ୍ଷରୁ ଉତ୍ତର ରଖାଯାଇଥିଲା । ବିନା ହେଲମେଟରେ ସ୍କୁଟି ଚଳାଉଥିବା ମହିଳା କନେଷ୍ଟବଳଙ୍କ ଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବାର ରସିଦ୍‌କୁ ଦର୍ଶାଯାଇଥିଲା । ତେବେ ଆରଟିଓ ପଞ୍ଜିକରଣରୁ ଏହା ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କର ବୋଲି ଜଣା ପଡିଥିଲା । ତାଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ମୁମ୍ବଇ ଟ୍ରଫିକ୍‌ ପୁଲିସ ପକ୍ଷରୁ କୁହାଯାଇଛି ।

ଆଇନ ଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି । ସମସ୍ତଙ୍କ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁମ୍ବାଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.