www.samajalive.in
Saturday, December 6, 2025
14.1 C
Bhubaneswar

ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍

ଫୁଲବାଣୀ:  ଗତ ୨୦୨୧ ମସିହାରେ ଖଜୁରୀପଡା ଥାନା ଅଞ୍ଚଳରେ ହୋଇଥିବା ଏକ ଗଣଦୁଷ୍କର୍ମ ମାମଲାର ଶୁଣାଣୀ କରି ସୋମବାର  ଫୁଲବାଣୀ ଜିଲ୍ଲା ଦୌରା ଜଜ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ସେମାନଙ୍କୁ ଅଧିକ ଦୁଇ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଫୁଲବାଣୀ ହାଟପଦା କାଚରା ସାହିର ଜନ୍ମେଜୟ ପୋଢ ଓ ଶଗଡିଆ ସାହିର ତ୍ରିଲୋଚନ ନାୟକ। ସୂଚନା ଅନୁଯାୟୀ ଜନ୍ମେଜୟ ଓ ତ୍ରିଲୋଚନ ବିଭିନ୍ନ ଗାଁକୁ ପିଇବା ପାଣି ଜାର ନେଇ ବିକ୍ରି କରୁଥିଲେ। ଘଟଣା ଦିନ ସେମାନେ ପିଡିତାଙ୍କ ଗାଁକୁ ଯାଇଥିବାବେଳେ ତାଙ୍କ ଘରକୁ ଯାଇ ପିଇବା ପାଇଁ ପାଣି ମାଗିଥିଲେ। ଏହି ସମୟରେ ଘରେ କେହିଥିବାର ସୁଯୋଗ ନେଇ ଉଭୟ ଅଭିଯୁକ୍ତ ଦିବ୍ୟାଙ୍ଗ ପିଡିତାଙ୍କୁ ବଳାତ୍କାର କରିଥିଲେ। ପିଡିତାଙ୍କ ମା ଘରକୁ ଫେରିବା ପରେ ସେ ତାଙ୍କ ଆଗରେ ସବୁକଥା କହିଥିଲେ। ଏହାପରେ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଏତଲା ଦିଆଯାଇଥିଲା। ଏତାଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ସୋମବାର ମାମଲାର ଶୁଣାଣୀ କରି ଫୁଲବାଣୀ ସେସନ୍ସ ଜଜ୍ ସତ୍ୟପୀର ମିଶ୍ର ଉପରୋକ୍ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୌମେନ୍ଦ୍ର ସାହୁ ପରିଚାଳନା କରୁଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories