www.samajalive.in
Saturday, December 6, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀ ବାସଭବନରେ ପହଞ୍ଚିଲେ ହେମନ୍ତ ସୋରେନ

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନରେ ହେମନ୍ତ ସୋରେନ ପହଞ୍ଚିଥିବା ସୂଚନା ମିଳିଛି। ବାସଭବନରେ କେଉଁ ସମୟରେ ଏବଂ କିଭଳି ପହଞ୍ଚିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ। ହେମନ୍ତ ସୋରେନ ସୋମବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ଏହାରି ଭିତରେ ରାଞ୍ଚିର ୩ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଏବଂ ରାଜଭବନର ୧୦୦ ମିଟର ମଧ୍ୟରେ ୧୪୪ ଧାରା ଲାଗୁ ହୋଇଛି। ଏହା ସୋମବାର ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ କୌଣସି ପ୍ରକାର ବିକ୍ଷୋଭ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ରାଜନୈତିକ ହଟଚମଟ ଭିତରେ ଜେଏମଏମ ପାର୍ଟିର କର୍ମକର୍ତ୍ତା ମାନେ ରାଜଭବନ ଅଭିମୁଖେ ପଦଯାତ୍ରା ଏବଂ ଘେରାଓ କାର୍ଯ୍ୟକ୍ରମ ରଖିଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି।

- Advertisement -

ଜମି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଇଡ଼ି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୧୦ଥର ସମନ କରିଥିଲା। ୨୭ ଜାନୁଆରୀରେ ହେମନ୍ତ ସୋରେନ ଇଡିରେ ହାଜର ହେବାକୁ କୁହାଯାଇଥିଲା। ଯାହାକୁ ଏଡାଇ ଦେଇ ହେମନ୍ତ ସୋରେନ ଇଡ଼ିକୁ ଆଉ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଜାନୁଆରୀ ୩୧ରେ ହାଜର ହେବାକୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories