www.samajalive.in
Wednesday, December 10, 2025
17.1 C
Bhubaneswar

ଟ୍ବିଟର ଡିଲ ସ୍ଥଗିତ ରଖିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟ୍ବିଟର ଅଧିଗ୍ରହଣ ଡିଲକୁ ସାମୟିକ ଭାବେ ଏଲନ ମସ୍କ ସ୍ଥଗିତ ରଖିଛନ୍ତି। ଇଲେକ୍ଟ୍ରି କାର ଟେସଲା କମ୍ପାନୀ ମୁଖ୍ୟ ତଥା ଆରବପତି ଏଲନ ମସ୍କ। ଅଧିକ ହିସାବ ନିକାଶ ପାଇଁ ଡିଲକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି। ଫେକ ଆକାଉଣ୍ଟ/ସ୍କାମ ସମ୍ପର୍କରେ ହିସାବନିକାଶ ପାଇଁ ଡିଲ ସ୍ଥଗିତ ରଖାଯାଇଛି। ଡିଲ ସ୍ଥଗିତ ନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି।
ଏଲନ ମସ୍କ ଟ୍ୱିଟ କରି ଲେଖିଛନ୍ତି ଯେ କିଛି ଦିନ ପାଇଁ ଟ୍ୱିଟର ଡିଲକୁ ରୋକାଯାଇଛି। ଟ୍ୱିଟର ଗୋଟିଏ ଫାଇଲିଙ୍ଗରେ ସୂଚନା ଦେଇଛି। ଗୋଟିଏ ପ୍ଲାଟଫର୍ମରେ ୫ ପ୍ରତିଶତ ସ୍ପାମ ବା ଫେକ ଆକାଉଣ୍ଟ ରହିଛି। ଏହି ସୋସିଆଲ ମିଡିଆ ଆକାଉଣ୍ଟରେ ୨୨.୯ କୋଟି ୟୁଜର୍ସ ରହିଛନ୍ତି।
ଏଲନ ମସ୍କଙ୍କ ଏହି ଘୋଷଣା ପରେ ସେୟାର ବଜାରରେ ସାଂଘାତିକ ପ୍ରଭାବ ପଡ଼ିଛି। ଆନ୍ତର୍ଜାତୀୟ ସେୟାର ବଜାରରେ ଟ୍ୱିଟରର ସେୟାର ୨୦ ପ୍ରତିଶତ ହ୍ରାସ ପାଇଛି। ଟ୍ୱିଟରରୁ ସ୍ପାମ ଭଳି ସମସ୍ୟା ଦୂର କରିବା ଲକ୍ଷ୍ୟ ରଖିଥିଲେ ଏଲନ ମସ୍କ। ହେଲେ ଡିଲ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଏହା ହୋଇପାରିନଥିବାରୁ ଶେଷ ମୁହୂର୍ତ୍ତରେ ତାଙ୍କ ପକ୍ଷରୁ ଏହାକୁ ସ୍ଥଗିତ ରଖାଯାଇଛି। ଗତମାସ ଶେଷ ସପ୍ତାହରେ ଏଲନ ମସ୍କ ୪୪ ଆରବ ଡଲାରରେ ଟ୍ୱିଟରକୁ କିଣିବା ପାଇଁ ଡିଲ୍ ଫାଇନାଲ୍ ହୋଇଥିଲା ବୋଲି ଘୋଷଣା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories