www.samajalive.in
Monday, December 15, 2025
14.1 C
Bhubaneswar

୨୦ବର୍ଷ ପରେ ଧରାପଡ଼ିଲା ଓସେପା ପ୍ରୋଗ୍ରାମରଙ୍କ ନିଯୁକ୍ତି ଜାଲିଆତି

ଭୁବନେଶ୍ୱର: ଦୀର୍ଘ ୨୦ବର୍ଷ ପରେ ଓସେପାରେ ହୋଇଥିବା ନିଯୁକ୍ତି ଜାଲିଆତି ଉପରୁ ଧୀରେ ଧୀରେ ପରଦା ହଟୁଛି। ଡିସେମ୍ବରରେ ଜଣେ ସହ-ନିର୍ଦେଶକ ସାର୍ଟିଫିକେଟ ଜାଲିଆତି ଘଟଣାରେ ଧରାପଡି ପଦାବନତ ହୋଇଥିବାବେଳେ ଏବେ ଓସେପାର ଏମଆଇଏସ୍ ପ୍ରୋଗ୍ରାମର ସ୍ମିତା ମହାନ୍ତିଙ୍କ ନିଯୁକ୍ତି ଜାଲିଆତି ଧରାପଡିଛି। ଏହାକୁ ନେଇ ବିଭାଗପକ୍ଷରୁ ତାଙ୍କୁ ପଦାବନତ କରାଯାଇଛି। ଶ୍ରୀମତୀ ମହାନ୍ତିଙ୍କୁ ପ୍ରୋଗ୍ରାମରରୁ ଡାଟା ଏଣ୍ଟ୍ରି ଅପରେରଟର ଭାବେ ଦେବଗଡ଼ ଜିଲା ଡିପିସି କାର୍ୟ୍ୟାଳୟକୁ ବଦଳି କରାଯାଇଛି। ଗତ ବର୍ଷକ ମଧ୍ୟରେ ଜଣେ ସହ ନିର୍ଦେଶକଙ୍କ ସହ ଦୁଇଜଣ ପ୍ରୋଗ୍ରାମର ନିଯୁକ୍ତି ଜାଲିଆତି ଧରାପଡିବା ଗଣଶିକ୍ଷା ବିଭାଗର ଦୁର୍ନୀତିକୁ ସ୍ପଷ୍ଟ କରିଛି। ଓସେପା ସମେତ ବିଭିନ୍ନ ଜିଲାରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ବହୁ ଶିକ୍ଷକ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ନିଯୁକ୍ତି ହୋଇଛନ୍ତି। ଏ ସମ୍ପର୍କରେ ‘ସମାଜ’ ପକ୍ଷରୁ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସରକାରଙ୍କ ପକ୍ଷରୁ ଖୋଳତାଡ ପରେ ୪୦୦ରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଷ୍ଟାଫ୍ ବହିଷ୍କାର କରାଯାଇଥିବାବେଳେ ଏବେ ଓସେପାର ତିନିଜଣ ଷ୍ଟାଫଙ୍କ ଜାଲିଆତି ଧରାପଡିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ଓସେପା ନିର୍ଦେଶକ ଭୂପିନ୍ଦର ସିଂହ ପୁନିଆ ନିକଟରେ ଜାରି କରିଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି ଯେ ଶ୍ରୀମତୀ ମହାନ୍ତିଙ୍କ ନିଯୁକ୍ତି ବେଳେ ଜାଲିଆତି ହୋଇଛି। ୨୦୦୨ରେ ସରକାରଙ୍କ ବିଜ୍ଞପ୍ତିନାମା ଅନୁଯାୟୀ ଏହି ପଦରେ ଜଣେ ପ୍ରଥମ ଶ୍ରେଣୀ ଡିଗ୍ରୀଧାରୀ ଏବଂ ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ପିଜିଡ଼ିସିଏ କରିଥିବା ବାଧ୍ୟତାମୂଳକ ଥିଲା। ଶ୍ରୀମତୀ ମହାନ୍ତି ଯୁକ୍ତଦୁଇରେ ବିଏସସି କରିବା ସହ ପିଡ଼ିସିଏ ପାସ୍ କରି ଉକ୍ତ ପଦରେ ନିଯୁକ୍ତ ହୋଇଥିଲେ। ଏ ସମ୍ପର୍କରେ ଯାଞ୍ଚ କରାଯିବା ପରେ ରାଜ୍ୟ ଧନ୍ଦାମୂଳକ ନିର୍ଦେଶାାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପିଡ଼ିସିଏ ଏବଂ ପିଜିଡ଼ିସିଏ ସମାନ ଯୋଗ୍ୟତା ନୁହେଁ। ଏହାବାଦ୍ ମୂଳପଦରେ ନିଯୁକ୍ତିବେଳେ ପ୍ରଥମ ଶ୍ରେଣୀ ଡିଗ୍ରୀ ମଧ୍ୟ ତାଙ୍କଠାରେ ନାହିଁ। ଏହାକୁ ନେଇ ତାଙ୍କୁ ଦୟାପୂର୍ବକ ପଦାବନତ କରାଯାଇ ବଦଳି କରାଯାଇଛି। କିଭଳି ତାଙ୍କୁ ସେତେବେଳେ ନିଯୁକ୍ତି ଦିଆଗଲା ତାକୁ ନେଇ ବିଭାଗ ଆଶ୍ଚର୍ୟ୍ୟପ୍ରକଟ କରିଛି। ଓସେପାରେ ଶ୍ରୀମତୀ ମହାନ୍ତିଙ୍କ ପୂର୍ବରୁ ଆଉ ଜଣେ ସହ ନିର୍ଦେଶକ (ଏମଆଇଏସ୍), ସହ ନିର୍ଦେଶକ(ପ୍ରଶାସକ)ଙ୍କ ସହ ୨ଜଣ କର୍ମଚାରୀଙ୍କ ପ୍ରମାଣପତ୍ରରେ ଏଭଳି ଜାଲିଆତି ରହିଛି। ସମ୍ପୃକ୍ତ ଅଧିକାରୀଙ୍କ ପ୍ରମାଣପତ୍ରର ବୈଧତା ନେଇ ଖୋଳତାଡ ଚାଲିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

ଏ ସମ୍ପର୍କରେ ନିର୍ଦେଶକ ଶ୍ରୀ ପୁନିଆଙ୍କ କହିବା କଥା ହେଲା ଓସେପାରେ ପୂର୍ବରୁ ନିଯୁକ୍ତି ବେଳେ ବହୁ ତ୍ରୁଟି ରହିଛି, କେବଳ ଯେ ଏହି ୪-୫ଜଣଙ୍କ ଠାରେ ତ୍ରୁଟି ରହିଛି ତାହା ନୁହେଁ, ଜିଲାସ୍ତରରେ ଏଭଳି ଆଉ କିଛି ଥିବ। ସବୁ ନିଯୁକ୍ତିକୁ ଏବେ ବିଭାଗ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି। ଯେଉଁମାନଙ୍କ ନିଯୁକ୍ତିରେ ଜାଲିଆତି ଥିବ ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories