www.samajalive.in
Monday, December 15, 2025
27.1 C
Bhubaneswar

କୋଟିଆ କୋରାପୁଟିଆ ହିପହପ ଗୀତକୁ ନେଇ ଚର୍ଚ୍ଚା

କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବାବେଳେ କୋଟିଆର ଗାଥାକୁ ନେଇ ଏକ ନୂତନଶୈଳୀର ସଙ୍ଗୀତ କୋରାପୁଟରେ ଚର୍ଚ୍ଚାର ବିଷୟ ହୋଇଛି। କୋରାପୁଟ ମାଟିର ଜଣେ ଇଞ୍ଜିନିୟରିଂ ଛାତ୍ର କୋଟିଆକୁ ନେଇ ଏକ ହିପହପ ଗୀତ ଲେଖି ନିଜେ ଉକ୍ତ ଗୀତ ବୋଲି ନିଆରା ଅଭିନୟ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ଏହି ଗୀତ ଏବେ ବେଶ ପ୍ରଶଂସା ସାଉଁଟିଛି। ଯୁବକଙ୍କର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବାବେଳେ ରାପ ସଙ୍ଗୀତକୁ ନିଶା ଭାବେ ଗ୍ରହଣ କରିଥିବା ଏହି ଯୁବକଙ୍କୁ ନେଇ ଏବେ ଚର୍ଚ୍ଚା।

- Advertisement -

କୋରାପୁଟ ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳ ସେମିଳିଗୁଡ଼ା ନନ୍ଦପୁର ରୋଡରେ ବାସ କରନ୍ତି ବିଜୟଚନ୍ଦ୍ର ଏପୁଡ଼ୁ ଓ ଭାନୁମତୀ। ଏହି ଦମ୍ପତିଙ୍କ ସୁପୁତ୍ର ଏ.ରମନକୁମାର ସେମିଳିଗୁଡ଼ାସ୍ଥିତ ସୀତମ ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟରିଂ ଉତ୍ତୀର୍ଣ୍ଣ ହୋଇଛନ୍ତି। ରମନ କେବଳ କୋଟିଆ ନୁହେଁ ପୂର୍ବରୁ ଓଡ଼ିଶାର ସଂସ୍କୃତି, ଐତିହ୍ୟ ସାଙ୍ଗକୁ କୋରାପୁଟର ସଂସ୍କୃତି, ଐତିହ୍ୟ ଓ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ହିପହପ ସଙ୍ଗୀତ ଲେଖି ଚର୍ଚ୍ଚିତ ହୋଇଥିଲେ। ଏବେ କୋଟିଆ ଉପରେ ଏକ ନିଆରା ଶୈଳୀରେ ପୁଣି ଏକ ହିପହପ ସଙ୍ଗୀତ ଲେଖିବା, ଗାଇବା ଓ ଅଭିନୟ କରି ପୁଣି ପ୍ରଶଂସା ସାଉଁଟିଛନ୍ତି ରମନ। ଏହି ସଙ୍ଗୀତର ନାଁ କୋଟିଆ କୋରାପୁଟିଆ ରଖାଯାଇଥିବାବେଳେ ଏହା ଏବେ ବେଶ ଭାଇରାଲ୍‌ ହେବାରେ ଲାଗିଛି।

କୋଟିଆ କୋରାପୁଟିଆଙ୍କ ଗୌରବ। ଗୁଣ୍ଡୁଚି ମୂଷାର ଅବଦାନ ଭଳି କୋଟିଆବାସୀଙ୍କ ମନ ଜିଣିବା ତଥା ସମଗ୍ର ରାଜ୍ୟବାସୀଙ୍କୁ କୋଟିଆର ଗାଥାକୁ ହିପହପ ସଙ୍ଗୀତ ମାଧ୍ୟମରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଥିବା କହନ୍ତି ରମନ। କୋଟିଆରେ ଯେଭଳି ଆନ୍ଧ୍ରର ଅନୁପ୍ରବେଶକୁ ରୋକାଯାଇପାରିବ, ଓଡ଼ିଶା ସରକାର ସେ ଦିଗରେ ଯତ୍ନବାନ ହେବାକୁ ସେ ନିବେଦନ କରିବା ସହ କୋରାପୁଟର ଯୁବପିଢ଼ି କୋଟିଆକୁ ବଞ୍ଚାଇ ରଖିବା ପାଇଁ ଆଗକୁ ଆସିବାକୁ ଆହ୍ବାନ ଦେଇଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories