www.samajalive.in
Monday, December 8, 2025
14.1 C
Bhubaneswar

‘ସମାଜ ପୋର୍ଟାଲ୍‌’ ପ୍ରଭାବ: ଇଷ୍ଟ-ମୀରାଙ୍କ ଘରେ ପହଞ୍ଚିଲା ଏନଏସି ପ୍ରଶାସନ, ୧୫ ବର୍ଷିୟ ଭିନ୍ନକ୍ଷମଙ୍କୁ ମିଳିବ ଭତ୍ତା

ତୁଷୁରା:ତୁଷୁରା ଏନଏସି ଅର୍ନ୍ତଗତ ୨ ନମ୍ବର ୱାର୍ଡ଼ ଖର୍ଡ଼ା ଗ୍ରାମରେ ଗୋଟିଏ ପରିବାର ଘର ଭାଙ୍ଗି ଯାଇଥିବାରୁ ପଲିଥିନ ତଳେ ରହୁଥିବା ନେଇ ‘ସମାଜ ପୋର୍ଟାଲ୍‌’ରେ ଏକ ଖବର ପ୍ରକାଶ ପାଇବା ପରେ ଏନଏସି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତୁଷୁରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ ସହ ଏକ ଟିମ ପଲିଥିନ୍‌ ତଳେ ଜୀବନ ଅତିବାହିତ କରୁଥିବା ଅସହାୟ ରିବାରଙ୍କ ପାଖରେ ପହଞ୍ଚିଥିଲେ।

 

- Advertisement -

ସମସ୍ତ ସ୍ଥିତି ଅନୁଧ୍ୟାନ କରିବାରୁ ପ୍ରକୃତରେ ଭିନ୍ନକ୍ଷମ ପୁଅ ଭତ୍ତା ପାଇବାକୁ ହକଦାର ବୋଲି କହିଛନ୍ତି। ତେଣୁ ଏ ନେଇ ୧୫ ବର୍ଷୀୟ ପୁଅଙ୍କୁ ଭିନ୍ନକ୍ଷମ ଭତ୍ତା କରିବା ପାଇଁ ସମସ୍ତ କାଗଜପତ୍ର ଆଣିଛନ୍ତି। ବଲାଙ୍ଗିର ଉପଜିଲାପାଳଙ୍କ ପାଖକୁ ଅନୁମତି ପାଇଁ ପଠାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ଘର ଭାଙ୍ଗିବା ବିଷୟରେ କହିଥିଲେ ଯେ ଉକ୍ତ ଇଷ୍ଟର ପରିବାର ରହୁଥିବା ସ୍ଥାନଟି ତାଙ୍କ ନିଜର ନୁହଁ। ଆବାସ ପାଇଁ ଜମି ଥିବା ଜରୁରୀ। ଜାଗା ପାଇଁ ତହସିଲଦାର କିଛି କରିପାରିବେ ବୋଲି କହିଥିଲେ। ଏକ ମେଡ଼ିକାଲ ଟିମ ଏହି ପରିବାର ପାଖକୁ ଯିବେ ଓ ଅନ୍ୟାନ୍ୟ ସମସ୍ୟାକୁ ଦେଖି ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ତୁଷୁରା ଏନଏସି ଅର୍ନ୍ତଗତ ଖର୍ଡ଼ା ଗ୍ରାମର ୨ ନମ୍ବର ୱାର୍ଡ଼ ର ହରିଜନପଡ଼ାରେ ରହୁଛନ୍ତି ଇଷ୍ଟ ବାଗ(୫୫)। ଇଷ୍ଟଙ୍କ ପରିବାର କହିଲେ ସ୍ତ୍ରୀ ମୀରାଙ୍କ ସହ ଗୋଟିଏ ୧୫ ବର୍ଷୀୟ ଭିନ୍ନକ୍ଷମ (ମୂକ) ପୁଅ ବଣ୍ଟି। ଚାଷ ଜମିବାଡ଼ି କିଛି ନଥିବା ବେଳେ ଗାଁରେ ଥିବା ନିଜ ଏକ ଡି଼ସିମିଲ ଜାଗାରେ ଭଙ୍ଗା ଝାଟିମାଟି ଘରେ ରହୁଥିଲେ। ଉକ୍ତ ଘର ବି ୨୦୧୯ ବନ୍ୟାରେ ଭାଙ୍ଗିଥିଲା। ସରକାର ଦେଇଥିବା ପଲିଥିନ୍ ଓ ଖାଦ୍ୟ ନିରାପତ୍ତା ଯୋଜନାରେ ପ୍ରତିମାସ ୧୫ କେଜି ଚାଉଳ ମିଳୁଥିବା ନେଇ ‘ସମାଜ ପୋର୍ଟାଲ୍‌’ରେ ଖବର ପ୍ରକାଶ ପାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories