ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁର ଦ୍ୱାଦଶ ଭୈରବି କପ୍ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନି ମ୍ୟାଚ୍ କପସିପାଲି ଓ ବେନକେରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ କପସିପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୪ ଓଭରରେ ୫ ଉଇକେଟ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ବେନକେରା ଦଳ ୧୪ ଓଭରରେ ୮ ଉଇକେଟ ହରାଇ ମାତ୍ର ୧୦୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ଯାହାଫଳରେ ୧୧ ରନରେ କପସିପାଲି ଦଳ ଚାମ୍ପିଆନ ଘୋଷିତ ହୋଇଥିଲେ। ଖେଳଟିକୁ ଅମ୍ପାୟାର ରୁପେ ଆଶିଷ ପାଣିଗ୍ରାହି ଓ ପ୍ରଶାନ୍ତ ମେହେର ପରିଚାଲନା କରିଥିବାବେଳେ ସ୍କୋରର ରୁପେ ହରି ମେହେର, ଧାରା ବିବରଣୀ ନିରଂଜନ ଭୋଇ ଓ ଗୌତମ ମେହେର ପ୍ରଦାନ କରିଥିଲେ।
ଏହି ଅବସରରେ ଆୟୋଜିତ ଉଦ୍ଯାପନି ଉତ୍ସବରେ କ୍ରିକେଟ କ୍ଲବ ସଭାପତି ଜ୍ୟୋତିରଂଜନ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୁପେ ଶିକ୍ଷକ ବୃନ୍ଦାବନ ଧରୁଆ , ସମ୍ମାନିତ ଅତିଥି ରୁପେ ବିମଳ ରଂଜନ ସାହୁ ,ଉମାକାନ୍ତ ପଧାନ , ଧମେନ୍ଦ୍ର ଭୋଇ, ଦୟାସାଗର ମର୍ହି, ଭୋଜରାଜ ବରିହା, ଗୋପିନାଥ ପଧାନ, ଦର୍ଶନ ନାଗ, ଶୁବନ ଶବର ପ୍ରମୁଖ ଯୋଗଦେଥିଲେ। ଚାମ୍ପିଆନ ଦଳକୁ ଟ୍ରଫି ସହ ନଗଦ ୧୦ ହଜାର ୧୦ ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ୫ ହଜାର ୫ ଟଙ୍କା ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଛବିଲ ପଧାନ, କୁଶ ରଂଜନ ଭୋଇ, ଶଙ୍କର ବରିହା, ରାମଚନ୍ଦ୍ର ବରିହା, ପପୁ ଭୁଏ, କେଦାର ବାରିକ, ଓଙ୍କାର ଭୋଇ, ନରେଶ ବାରିକ, ନିରୋଜ ବରିହା, ପରମା ଭୁଏ, ସନ୍ତୋଷ ଶବର, ମନିଲାଲ ଛତର ପ୍ରମୁଖ ଉପସ୍ଥିତ ଥିଲେ।



