www.samajalive.in
Wednesday, December 10, 2025
26.1 C
Bhubaneswar

ମନରେଗାରେ ଶ୍ରମିକଙ୍କୁ ମାସ ମାସ ଧରି ମିଳୁନି ପାଉଣା

ଖପ୍ରାଖୋଲ: ସରକାର ଗ୍ରାମାଞ୍ଚଳରେ ବାସ କରୁଥିବା ଅଣଳୁଶଳୀ ଶ୍ରମିକଙ୍କୁ ଅନ୍ୟୁନ ଶହେ ଦିନର କାମ ଯୋଗାଇଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ଏହି ଯୋଜନାରେ ଶ୍ରମିକ ମାନଙ୍କୁ ୧୫ ଦିନ ମଧ୍ୟରେ ପାଉଣା ଯୋଗାଇଦେବାର ବ୍ୟବସ୍ଥା ରହିଛି। ହେଲେ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ପ୍ରାୟ ତିନି ମାସ ହେଲା ଶ୍ରମିକମାନେ ବିଭିନ୍ନ ପ୍ରକଳ୍ପରେ କାମ କରି ଆଜି ଯାଏଁ ପାଉଣା ପାଇ ନ ଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଦାଦନ ପ୍ରବଣ ଅଞ୍ଚଳରେ ଶହେ ଦିନ ବଦଳରେ ୨ ଶହ ଦିନର କାମ ଶ୍ରମିକଙ୍କୁ ଦେବା ସହ ୧୮୮ ଟଙ୍କା ମଜୂରୀ ବଦଳରେ ୨୮୬ ଟଙ୍କା ୩୦ ପଇସା ମଜୂରୀ ଦେବା ପାଇଁ ଘୋଷଣା କରିଛନ୍ତି। ଯାହା ଫଳରେ ଏହି ଅଞ୍ଚଳର ଶ୍ରମିକ ପରିବାର ଦାଦନ ଖଟିବାକୁ ନ ଯାଇ ଭିଟା ମାଟିରେ କାମ କରି ଦୁଇ ପାଇସା ରୋଜଗାର କରିପାରିବେ। ଦାଦନ ସମସ୍ୟା ରୋକିବାକୁ ବ୍ଲକ ଏବଂ ପଞ୍ଚାୟତ ପ୍ରଶାସନ ମଧ୍ୟ ସଚେତନତା ବାର୍ତା ଦେବା ସହ ଭିଟା ମାଟିରେ କାମ କରିବାକୁ ଶ୍ରମିକଙ୍କୁ ବୁଝାସୁଝା କରିଛନ୍ତି। ବ୍ଲକରେ ୨୧ଟି ଗ୍ରାମପଞ୍ଚାୟତ ଥିବାବେଳେ ୧୩୩ଟି ରାଜସ୍ୱ ଗ୍ରାମ ରହିଛି। ପ୍ରଶାସନ ତରଫରୁ ବ୍ଲକରେ ୭୦ରୁ ଉର୍ଦ୍ଦ ଗୋଷ୍ଠିଗତ କାମ ଚାଲିଥିବା ଜଣାଯାଇଛି।

ସେହିପରି କନଭରଜେନସ୍‍ ମାଧ୍ୟମରେ ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୯୫ ଦିନର ମଜୂରୀ ହିତାଧିକାରୀଙ୍କୁ ଦେଉଥିବାବେଳେ ୭ ଶହରୁ ଉର୍ଦ୍ଧ କାମ ଚାଲିଥିବା ଜଣାଯାଇଛି। ପ୍ରଶାସନ ତରଫରୁ ମାପ ଏବଂ ବିଲ କରାଯାଇ ମଜୂରୀ ଏଫଟିଓ ମଧ୍ୟ କରା ସରିଛି। ହେଲେ ମାସ ମାସ ଧରି ଶ୍ରମିକମାନଙ୍କୁ ପାଉଣା ମିଳି ନ ଥିବାରୁ ଗୋଟିଏ ପଟେ ଶ୍ରମିକଙ୍କ କାମ କରିବା ଇଛା କମୁ ଥିବାବେଳେ ପ୍ରଶାସନ ମଧ୍ୟ କାମରେ ଲଗାଇବାକୁ ସାହାସ ଯୁଟାଇ ପାରୁ ନାହିଁ। ଯାହା ଫଳରେ ଦାଦନ ସମସ୍ୟା ରୋକିବା ପାଇଁ ସରକାରଙ୍କ ପଦକ୍ଷେପ ମଜୂରୀ ସମସ୍ୟା ଫସର ଫଟାଉଛି। ଏ ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀ ତରଣୀ ସୁନା ଙ୍କୁ ପଚାରିବାରୁ ଶ୍ରମିକମାନଙ୍କ ମଜୂରୀ ଏ‘ଟିଓ ହୋଇଥିବାବେଳେ ପାଉଣା ପାସ ବହିରେ ପଡୁ ନ ଥିବା ନେଇ ଅଭିଯୋଗ ଆସୁଥିଲା। ହେଲେ କିଛି ପଞ୍ଚାୟତରେ ଶ୍ରମିକ ମାନଙ୍କ ପାସ ବହିରେ ଟଙ୍କା ଜମା ହୋଇଥିବା ଜଣାଯାଇଛି। ଆଗାମି ଦିନରେ ଶ୍ରମିକମାନେ ଠିକ ସମୟରେ ମଜୂରୀ ପାଇବେ ବୋଲି ପ୍ରତିଶୃତି ଦେଇଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories