www.samajalive.in
Wednesday, December 10, 2025
23.1 C
Bhubaneswar

ଗୋପପୁରରେ ନାବକେଳି – ରଙ୍ଗସଭା ପାଇଁ ଆମନ୍ତ୍ରଣ

ସିନ୍ଧେକେଲା: ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସିନ୍ଧେକେଲା ବିରାଟ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସରେ ଗୋପପୁର ଭାବେ ଚିତ୍ରିତ ତେଲସରାଇ ଗ୍ରାମ ଠାରେ କୃଷ୍ଣ ଲୀଳାର ବିଭିନ୍ନ ଦୃଶ୍ୟ ସାଙ୍ଗକୁ ଗୋପିଙ୍କ ଦଧି ବିକା ତଥା ସୁଜାନ ବନ୍ଧରେ ନାବକେଳି ଏବଂ ଗୋପୀଙ୍କ ବସ୍ତ୍ର ହରଣ ଆଦି ଦୃଶ୍ୟ ଅତ୍ୟନ୍ତ ନିଖୁଣ ଭାବରେ ଅଭିନୀତ ହୋଇଥିବା ବେଳେ ଅନ୍ୟପଟେ ମଥୁରା ନଗରୀରେ ମହାରାଜ କଂସଙ୍କ ନଗର ଭ୍ରମଣ, କଂସ ଚିନ୍ତିତ, ନାରଦଙ୍କ ଆଗମନ, ରଙ୍ଗସଭା ପାଇଁ ଆମନ୍ତ୍ରଣ, ରଙ୍ଗସଭା ଆୟୋଜନ, ଧନୁ ଯାତ୍ରାରମ୍ଭ, ନାରଦଙ୍କ ଧନୁଯାତ୍ରା ପ୍ରଚାର, ଅକୃରଙ୍କୁ ଗୋପକୁ ପ୍ରେରଣ ଆଦି ଦୃଶ୍ୟ ବେଶ୍‍ ଉଚ୍ଚକୋଟିର ହୋଇପାରିଥିଲା।

କଂସ ଦରବାରରେ ରାଜକୀୟ ଅତିଥି ଭାବରେ ଟିଟିଲାଗଡ ପୂର୍ବତନ ନଗରପାଲ ଶୁଭ୍ରାଂସୁ ଦାଶ, କଣ୍ଟାବାଞି କଲେଜ ଓଡିଆ ଅଧ୍ୟାପକ, ସଂଜୟ ମିଶ୍ର, ଅବସର ପ୍ରାପ୍ତ ଆର୍ମି ଅଧିକାରୀ ତଥା ମାନବିକ ଅଧିକାର କର୍ମୀ କାହ୍ନୁ ଚରଣ ମିଶ୍ର, ଦେଢଗାଁ ସରପଞ୍ଚ ପ୍ରତିନିଧି ଶୁସିଲ କୁମାର ସାହୁ ପ୍ରମୁଖ ଯୋଗଦେଇ ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛ ସୁନ୍ଦର ଭାବରେ ସିନ୍ଧେକେଲାରେ ଧନୁଯାତ୍ରା ଆୟୋଜନକୁ ଦେଖି ଆୟୋଜକ କମିଟିର ବହୁ ପ୍ରଶଂସା କରିବା ସହ ଆଗାମୀ ବର୍ଷମାନଙ୍କରେ ଏହି ଯାତ୍ରାଟି ଆହୁରୀ ଆଗକୁ ବଢୁ ବୋଲି ମାଁ ଦ୍ୱାରସେହ୍ନି ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories