ପ୍ରଥମ ହିନ୍ଦୁ ଭାବେ ତୁଳସୀ ଗବାର୍ଡ ଆମେରିକା ଗୁଇନ୍ଦା ମୁଖ୍ୟ ନିଯୁକ୍ତ

ୱାଶିଂଟନ୍‌: ତୁଳସୀ ଗବାର୍ଡ ପ୍ରଥମ ହିନ୍ଦୁ ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ମୁଖ୍ୟ (ଡିରେକ୍ଟର ଅଫ୍‌ ନ୍ୟାସନାଲ ଇଣ୍ଟେଲିଜେନ୍ସ) ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଏହି ପଦ ପାଇଁ ମନୋନୀତ କରିଥିଲେ। ନିୟମାନୁସାରେ ଗୁରୁବାର ସିନେଟ୍‌ରେ ତାଙ୍କ ନିଯୁକ୍ତି ୫୨-୪୮ ଭୋଟ୍‌ରେ ଅନୁମୋଦିତ ହୋଇଛି। ତୁଳସୀ ପୂର୍ବରୁ ଡେମୋକ୍ରାଟିକ୍‌ ଦଳର ସଦସ୍ୟା ଥିଲେ ମଧ୍ୟ ତାଙ୍କୁ ଶାସକ ରିପବ୍ଲିକାନ୍‌ ପାର୍ଟି ସମର୍ଥନ କରିଛି। ତୁଳସୀ ଦେଶର ୧୮ଟି ଗୁଇନ୍ଦା ସଂସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରିବେ। ହାୱାଇରୁ କଂଗ୍ରେସ ସଦସ୍ୟା ଥିବା ୪୨ବର୍ଷୀୟା ତୁଳସୀ ଜଣେ ପୂର୍ବତନ ସେନା ଅଧିକାରୀ। ସେ ଇରାକ ସହ ଯୁଦ୍ଧରେ ମେଜର ପଦରେ ରହି ସକ୍ରୀୟ ଥିଲେ। ଆମେରିକା କଂଗ୍ରେସର ସେ ପ୍ରଥମ ହିନ୍ଦୁ ସଦସ୍ୟା ଏବଂ କଂଗ୍ରେସକୁ ସେ ନିମ୍ନ ସଦନକୁ ୪ଥର ନିର୍ବାଚିତ ହୋଇଛନ୍ତି।

Comments are closed.